ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ବିଜେପିରୁ ପ୍ରକାଶ ପାଶ୍ୱାନଙ୍କ ନିଲମ୍ବନ

ରାଉରକେଲା ବିଜେପିରୁ ପ୍ରକାଶ ପାଶ୍ୱାନଙ୍କ ନିଲମ୍ବନ

ରାଉରକେଲା ୨୦/୮, ଭାରତୀୟ ଜନତା ପାର୍ଟିର ଯୁବ ନେତା ତଥା କେନ୍ଦ୍ରମନ୍ତ୍ରୀ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ରାଉରକେଲା ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଆଜି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ, ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଶୃଙ୍ଖଳା ଭଙ୍ଗରେ ଜଡିତ ଥିବା ଅଭିଯୋଗ ହେବା ପରେ ପ୍ରକାଶ ପାଶ୍ୱାନଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

      ଏଠାରେ ସ୍ମରଣଯୋଗ୍ଯ ଯେ ରାଉରକେଲା ପାନପୋଷ ସର୍କିଟ ହାଉସରେ ୧୦୭ ନମ୍ବର ରୁମରୁ ଜବତ୍ କରାଯାଇଥିବା ଦୁଇଟି ପିସ୍ତଲ, ୩ଟି ମ୍ଯାଗାଜିନ୍ ଓ ୧୧ଟି ଜୀବନ୍ତ ଗୁଳି ସହିତ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ପ୍ଲାଣ୍ଟସାଇଟରୁ ୫ ଜଣଙ୍କୁ ଗିରଫ କରାଯିବା ସହ ସେଠାରୁ ଆଉ ଦୁଇଟି ପିସ୍ତଲ ଜବତ କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଦୁଇ ଜଣ ଫେରାର ଅଛନ୍ତି। ଏଥିରେ ଯୁବ ନେତା ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପ୍ରକାଶ ପାଶ୍ୱାନଙ୍କୁ ଗିରଫ କରାଯିବା ପାଇଁ ବିରୋଧୀମାନେ ଦାବି କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

masiha

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

Sunil Chandra Nayak

ଏଆଇସିସି ପର୍ଯ୍ୟବେକ୍ଷକ ଙ୍କ ରାୟଗଡା ଗସ୍ତ , ଦଶ ଦିନ ରହଣି ରେ ବିଭିନ୍ନ ବ୍ଲକ ଗସ୍ତ କରିବେ

Sunil Chandra Nayak

Leave a Comment

error: Content is protected !!