ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂରଲୀଧର ଉର୍ମାଲ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର, ୫ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଅଟକ

ମୂରଲୀଧର ଉର୍ମାଲ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର, ୫ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ଅଟକ

ଭିଜିଲାନ୍ସ ଦ୍ବାରା ୫ ଲକ୍ଷ ଟଙ୍କା ସହ କାର ଜବତ ଏବଂ ଉର୍ମାଲଙ୍କ ବାସଗୃହ ସମେତ ୩ଟି ସ୍ଥାନରେ ରେଡ୍

ରାଉରକେଲା ୨୦/୮, ଆଜି ନିର୍ଭରଯୋଗ୍ୟ ସୂଚନା ଆଧାରରେ ସୁନ୍ଦରଗଡ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କୁ କିଛି ସମୟ ପୂର୍ବରୁ ଲାଠିକଟାର ରାଜାବସା ଛକ ନିକଟରେ ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକା ଯାଇଥିଲା। ସେତେବେଳେ ଶ୍ରୀ ଉର୍ମାଲ ଲାଠିକଟା ସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ରାଉରକେଲା ସ୍ଥିତ ବାସଭବନକୁ ଭଡା ନେଇଥିବା ଅଫିସ ଗାଡ଼ି (ସ୍କର୍ପିଓ)ରେ ଫେରୁଥିଲେ। ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ସନ୍ଦେହଜନକ ବେଆଇନ୍ ଟଙ୍କା ଜବତ୍ କରାଯାଇଥିଲା। ମୂରଲୀଧର ଉର୍ମାଲ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ, ତାଙ୍କଠାରୁ ଉଦ୍ଧାର ହୋଇଥିବା ନଗଦ ୫ ଲକ୍ଷ ଟଙ୍କା ଏବଂ ସ୍କୋର୍ପିଓ ଗାଡ଼ିକୁ ମଧ୍ଯ ଜବତ୍ କରାଯାଇଥିଲା।

     ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ଉର୍ମାଲଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ କରାଯାଇଛି। ତଲାସ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜନ ସୂଚନା ଅଧିକାରୀଙ୍କ ଅବହେଳା ,ଅପିଲ ପରେ ବି ଆବେଦନ କାରୀଙ୍କ ହାତ ଖାଲି 

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

Sunil Chandra Nayak

ଅସ୍ୱାସ୍ଥ୍ୟକର ପରିବେଶରେ ବଙ୍ଗଳାଗୁଡା ଗ୍ରାମର ସର୍ବସାଧାରଣ ନଳକୂପ ଓ ଡ୍ରେନେଜ ବ୍ୟବସ୍ଥା 

Sunil Chandra Nayak

Leave a Comment

error: Content is protected !!