ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

ଜଙ୍ଗଲରେ ଜମା ହୋଇପଡିଛି ଗଛରୁ ଝଡିଥିବା ଡାଳପତ୍ର

ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ କରାଯାଉଛି ସଚେତନତା କାର୍ଯ୍ୟକ୍ରମ 

ରୁପ୍ରା, ୧୦/୨ (ମନିସ) : ଚାରିମାସ ବିତିଗଲା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ବର୍ଷାର ଦେଖା ନାହିଁ, ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜଙ୍ଗଲରେ ଗଛରୁ ଡାଳପତ୍ର ଝଡି ଗଛତଳେ ଜମା ହୋଇ ପଡିରହିଛି। ଫଳରେ ବନାଗ୍ନି ଭୟ ଦେଖାଦେଇଛି। ଏଥି ସକାଶେ ଜଙ୍ଗଲରେ କିପରି ନିଆଁ ନଲାଗିବ ସେଥିପାଇଁ ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ଗିଗିନା ଓ ଖେତୁପଡା ଗ୍ରାମରେ ରୁପ୍ରାରୋଡ୍ ବନପାଳ ବିଶ୍ୱଜିତ୍ ଠାକୁରଙ୍କ ଆହ୍ବାନ କ୍ରମେ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ସେଥିପାଇଁ ଆଜି ଏକ ସଚେତନ ସଭାର ଆୟୋଜନ ଗିଗିନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷମାନିଧି ବିଶି ଯୋଗଦାନ କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରବା ସହ ବିଭିନ୍ନ ଜଙ୍ଗଲୀ ପଶୁପକ୍ଷୀ ଓ ଔଷଧୀୟ ବୃକ୍ଷଲତାକୁ ସୁରକ୍ଷା କରିପାରିବା ବୋଲି ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଦୁଲ୍ଲଭ ମାହାର, ସାମ୍ବାଦିକ ଅଜୟ କୁମାର ସେନାପତି, ଶିକ୍ଷକ ବିଜୟ ବେହେରା ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ପରିସରରେ ନିଆଁ ଲାଗିଯାଇଥିଲେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଜଙ୍ଗଲ ବିଭାଗ ଓ ଦମକଳ କେନ୍ଦ୍ରକୁ ସଙ୍ଗେ ସଙ୍ଗେ ଖବର ଦେବାପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବନରକ୍ଷୀ ଫକୀର ବିଶ୍ୱାଳ ଓ ସନ୍ତୋଷ ଶିଖା, ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁ, ବିକାଶ ଅଧିକାରୀ ଧିରୋଜ ଦାଶ ଓ ଇନ୍ଦ୍ରମଣି ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଖେତୁପଡା ଠାରେ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ବ୍ଲକ ସଂଘ ବୈଠକ 

masiha

ଆଦିଗୁରୁ ଓଡ଼ିଶୀ ଗୁରୁକୁଳର ଜୁନିଅର ଛାତ୍ରୀ ସାଇ ସୋନାକ୍ଷୀ ପ୍ରଧାନ ଭାରତ ସରକାରଙ୍କ ଅଧୀନରେ ସିସିଆରଟି ଛାତ୍ରବୃତ୍ତି ପାଇଁ ଚୟନିତ 

Sunil Chandra Nayak

ନନ୍ଦିନୀ ଶତପଥୀ ଶିଶୁଉଦ୍ୟାନରେ ବେଆଇନ ରାସ୍ତା ନିର୍ମାଣ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ

Sunil Chandra Nayak

Leave a Comment

error: Content is protected !!