ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଦାବିପତ୍ର

ଜୁନାଗଡ଼,୧୦/୨(ମ ନି ସ) ସମଲେଶ୍ଵରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ରାଜ୍ୟ ସରକାର ଘୁନଘୁଟି ପଡା ବାସୀଙ୍କୁ ବାସହିନ କରିବାକୁ ପ୍ରୟାସ କରୁଛନ୍ତି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ଵାର ବାସହୀନ ହେଉଥିବା ପରିବାରକୁ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥାରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ଦୁର୍ଭାଗ୍ୟଜନକ ଅଟେ।ସରକାରଙ୍କ ବିସ୍ଥାପିତ ସହାୟତା ସବୁ ବର୍ଗକୁ ସମାନ କରିବା କଥା, କିନ୍ତୁ ଦୁଃଖର ବିଷୟ ଜାତି ଆଧାରିତ କରି ବିସ୍ଥାପିତ ସହାୟତା ଦିଆଯାଇଛି । ଏହାକୁ ବିରୋଧ କରି ଘୁନଘୁଟି ପଡା ବାସୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ଆଜି ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟରେ ପୃଥକ୍ ପୃଥକ୍ ଦୁଇଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘୁନଘୁଟି ପଡା ବାସିନ୍ଦାଙ୍କ ଦାବିକୁ ଯଦି ରାଜ୍ୟ ସରକାର ଗୁରୁତ୍ବର ସହିତ ନ ନିଅନ୍ତି ଓ ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ ରାଜ୍ୟ ସରକାରକୁ ଚେତାବନୀ ଦିଆ ଯାଇଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ର ମହାସଚିବ ଜତିନ୍ଦ୍ର କର, ଆଇନ୍ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପସଭାପତି ସୁର୍ଯ୍ୟ କୁମାର,ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ ତଥା ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

Sunil Chandra Nayak

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

masiha

Leave a Comment

error: Content is protected !!