ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ

ମୁଖ୍ୟମନ୍ତ୍ରୀ ଙ୍କୁ ଜଳସେଚନ ପାଇଁ ଦାବି ଜଣାଇଲେ କୋକସରା ବ୍ଲକ ଉପାଧ୍ୟକ୍ଷ

କଳାହାଣ୍ଡି ଗସ୍ତ ରେ ଆସି ରବିବାର ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ମେଗାଲିଫ୍ଟ କେନାଲ ରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ର ପାଖାପାଖି ୨୬ ହଜାର ହେକ୍ଟର କୁ ଖରିଫ ଓ ରବି ଚାଷ ପାଇଁ ଜଳସେଚନ ଯୋଗାଇ ଦେବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ମତେ ୨୦୨୧ ଜାନୁଆରୀ ରେ ତତ୍କାଳୀନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗାଲିଫ୍ଟ କେନାଲ କୁ ୩ ବ୍ଲକ ରେ ଥିବା ଅଣ ଜଳସେଚିତ ଅଞ୍ଚଳ କୁ ଜଳସେଚନ ପାଇଁ ଲୋକାର୍ପଣ କରିଥିଲେ। ତେବେ ମେଗାଲିଫ୍ଟ କେନାଲ ରୁ ଖରିଫ ଋତୁ ରେ ସ୍ୱାଭାବିକ ଭାବରେ ଜଳସେଚନ ଜାରି ରହିଥିବା ବେଳେ ଚଳିତ ବର୍ଷ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ଥିବା ଦର୍ଶାଇ ଉଠା ଜଳସେଚନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଜଳସେଚନ ବନ୍ଦ କରିଛି। ପୂର୍ବରୁ ଜଳସେଚନ ଦାବି ରେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି ତେବେ ଜଳସେଚନ ନେଇ କୌଣସି କାର୍ଯ୍ୟକାରୀ ହେଲାନାହିଁ। ଫଳରେ ୩ ବ୍ଲକ ର ଚାଷି ସମୂହ ନିରାଶ ହୋଇଛନ୍ତି। ଆଗକୁ ଖରିଫ ଓ ରବି ଚାଷ ପାଇଁ ମେଗାଲିଫ୍ଟ କେନାଲ ରେ ନିରନ୍ତର ଜଳସେଚନ କରିବା ପାଇଁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଉପସ୍ଥିତି ରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ଗ୍ରାମସଭା ପ୍ରସ୍ତାବିତ ଓ ବ୍ଲକ ସମିତି ବୈଠକରେ ରେଜୁଲେସନ ପ୍ରସ୍ତାବ ଦସ୍ତାବିଜ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ସମୟରେ ପ୍ରଦାନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗାଁ ମଙ୍ଗଳ ପାଇଁ ଆଦିବାସୀଙ୍କ ଧନ ଲଷ୍ମୀ ପୂଜା ପାଳନ ହୋଇଯାଇଛି 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

Sunil Chandra Nayak

ମହାଲିଙ୍ଗ ଦାବଜୋର ମୁଖ୍ୟମନ୍ତ୍ରୀ ସଡକ ରାସ୍ତା ଅତି ନିମ୍ନ ମାନର କାମରୁ ଭାଙ୍ଗିଗଲାଣି ରାସ୍ତା , ବିପଦକୁ କରୁଛି ନିମନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!