ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାଳୀକୃଷ୍ଣ ସଂଘର ମହା ବିଷ୍ଣୁଯଜ୍ଞ ଉଦଯାପିତ

କାଳୀକୃଷ୍ଣ ସଂଘର ମହା ବିଷ୍ଣୁଯଜ୍ଞ ଉଦଯାପିତ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନ ପୋଡାଗୁଡାଠାରେ ଗତ ୨୮ ତାରିଖରୁ ଚାଲିଥିବା କାଳୀକୃଷ୍ଣ ସଂଘର ୪୨ତମ ନବକୁଣ୍ଡିୟ ବିଶ୍ଵଶାନ୍ତି ମହାବିଷ୍ଣୁଯଜ୍ଞ ସୋମବାର ଉଦଯାପିତ ହୋଇଛି। ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ଏହି ମହାବିଷ୍ଣୁଯଜ୍ଞରେ କଳସ ଯାତ୍ରା, ପୂଜନ, ହବନ, ମୁଣ୍ଡନ, କୁଣ୍ଡାବୋରୀ, ବିବାହ, ବ୍ରତ, ସଂସ୍କାର କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଘ ପରିଚାଳକ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯଜ୍ଞକାର୍ଯ୍ୟ ପ୍ରାରମ୍ଭ ହୋଇ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଯଜ୍ଞ ପୂଜନ ଓ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଓ ଆଚାର୍ଯ୍ୟମାନେ ତ୍ବରାନ୍ବିତ କରିଥିଲେ। ଯଜ୍ଞ ଫଳରେ ଗତ ୪ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଯଜ୍ଞ ସ୍ଥଳ ଆଖପାଖରେ ଦେକାନ ବଜାର ଭିଡ଼ ଲାଗିଥିଲା। ସାନପୋଡାଗୁଡା କାଳୀକୃଷ୍ଣ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗରେ ଏହି ଯଜ୍ଞକାର୍ଯ୍ୟ ଆୟୋଜନ ହୋଇ ସମାପନ ହୋଇଛି। ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଭକ୍ତିଭାବର ସହ ପାଳିତ ହେଲା ପବିତ୍ର ବାହୁଡ଼ା ଯାତ୍ରା

Sunil Chandra Nayak

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

ହରପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!