ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମା ଠାରେ ହିନ୍ଦୁ ନବବର୍ଷ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଭରତ ମାତା, ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଡାବୁଗାଁ ବଜାର, ଡାବୁଗାଁ, ନୂଆଗୁଡା, ଜୟନ୍ତୀନଗର ଦେଇ ଡାବୁଗାଁ ମୁଖ୍ୟ ରାସ୍ତାର ଚାରିଛକ ଠାରେ ପହଞ୍ଚିଥିଲେ | ଏହାସହ ରାମାୟଣର ବିଭିନ୍ନ ବେଶରେ ସଜ୍ଜିତ ହୋଇ ବଜା ବଜାଇ ବାଣଫୁଟାଇ ନୃତ୍ୟର ତାଳେତାଳେ ଶୋଭାଯାତ୍ରା ରେ ହିନ୍ଦୁ ନବବର୍ଷ ପାଳନ କରଯାଇଥିଲା | ଏଥିରେ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ଭାଜପାର ସୋମନାଥ ଭତ୍ରା, ଜେ. ରାଜଶେଖର ରାଓ, ଜି. ସାଇ ରାଜୁ, ମନୋଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, ଗୁପ୍ତ ବିଶୋଇ, ପିଣ୍ଟୁ ଅଗ୍ରୱାଲ, ଏ. ଶିବ ପ୍ରସାଦ, ସଞ୍ଜୟ ଶତପଥି ଏବଂ ୧୦୦୦ ଊର୍ଦ୍ଧ୍ଵ ଯୁବକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ରାତ୍ର ପ୍ରାୟ ୯ ଘ. ରେ ଶେଷ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

Sunil Chandra Nayak

ଗରିମା ପରିବାରର ରଜ ରାଜକୁମାରୀ ଆୟୋଜିତ,  ସ୍ବୟଂପ୍ରଭା ରାଉତ ସିଜିନ ୩ ର ରଜ ରାଜକୁମାରୀ, ପ୍ରଥମ ରନର୍ସ ଅପ୍ ପାୟଲ ସାମଲ

masiha

ପ୍ରାକୃତିକ ପାଚନ ରସ ଗ୍ରନ୍ଥିକୁ ସହାୟତା ପାଇଁ ପ୍ରସ୍ତୁତ ହେଉଛି କୃତ୍ରିମ ପାଚନ ରସ ଗ୍ରନ୍ଥି  , ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ

masiha

Leave a Comment

error: Content is protected !!