ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମା ଠାରେ ହିନ୍ଦୁ ନବବର୍ଷ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଭରତ ମାତା, ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଡାବୁଗାଁ ବଜାର, ଡାବୁଗାଁ, ନୂଆଗୁଡା, ଜୟନ୍ତୀନଗର ଦେଇ ଡାବୁଗାଁ ମୁଖ୍ୟ ରାସ୍ତାର ଚାରିଛକ ଠାରେ ପହଞ୍ଚିଥିଲେ | ଏହାସହ ରାମାୟଣର ବିଭିନ୍ନ ବେଶରେ ସଜ୍ଜିତ ହୋଇ ବଜା ବଜାଇ ବାଣଫୁଟାଇ ନୃତ୍ୟର ତାଳେତାଳେ ଶୋଭାଯାତ୍ରା ରେ ହିନ୍ଦୁ ନବବର୍ଷ ପାଳନ କରଯାଇଥିଲା | ଏଥିରେ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି, ଭାଜପାର ସୋମନାଥ ଭତ୍ରା, ଜେ. ରାଜଶେଖର ରାଓ, ଜି. ସାଇ ରାଜୁ, ମନୋଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, ଗୁପ୍ତ ବିଶୋଇ, ପିଣ୍ଟୁ ଅଗ୍ରୱାଲ, ଏ. ଶିବ ପ୍ରସାଦ, ସଞ୍ଜୟ ଶତପଥି ଏବଂ ୧୦୦୦ ଊର୍ଦ୍ଧ୍ଵ ଯୁବକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ରାତ୍ର ପ୍ରାୟ ୯ ଘ. ରେ ଶେଷ ହେବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୃନ୍ଦାବାହଲ ପଞ୍ଚାୟତ ସ୍ତରୀୟ ୨୫ତମ କଳାହାଣ୍ଡି ଉତ୍ସଵ,ଘୁମୁରା,୨୦୨୩,ଦୁଲକୀ ଯାଉଛେ

Sunil Chandra Nayak

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!