ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆଁରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୁଆଁରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, ୧୫/୪/୨୫ : ଆଜି କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକ ର ଶୁଣାଣି କରିଥିଲେ। 

     ଆଜି ମୋଟ ୪୯ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୨୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୮ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୩ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା।  ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା,ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍  ସମସ୍ୟା, ପାନୀୟ ଜଳ ସମସ୍ୟା  ଆଦି ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଉପ ଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ  ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଲକି ଗ୍ରାମରେ ‘ ହୋ ଗାଲାଙ୍ଗ ସ୍ଥାପନା ଦିବସ’ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିଵେଶ ମନ୍ତ୍ରୀ ଙ୍କ ଯୋଗଦାନ 

masiha

ସମାଜସେବୀ ନିରଞ୍ଜନ ପତିଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

masiha

Leave a Comment

error: Content is protected !!