ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

ମ.ରାମପୁର:୧୬/୨(ମସୀହ):୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହେଇଥିବା କାମନା ଦଣ୍ଡ କୁ ୨୦୨୨ ମସିହାରେ ଏକଶତ ବର୍ଷ ପୂତ୍ତି ହେଇଥିବାବେଳେ ଦୁଇ ଦିନିଆ ଶତବାର୍ଷିକୀ ସମାରୋହ ର ଉଦଘାଟନୀ ଉତ୍ସବ ଅବସରରେ ଲୋକ ପରମ୍ପରା ଓ ଧର୍ମୀୟ ଧାରାର ମହା ପ୍ରବାହ ହେଉଛି କାମନା ଦଣ୍ଡ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ।ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ଦୁଇ ଦିନିଆ ମହାସାଂସ୍କୃତିକ ସମାରୋହରେ ପ୍ରଥମେ ପୂଜାର୍ଚ୍ଚନା ସହିତ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ସାଂସ୍କୃତିକ ମଂଚରୁ ବାହାରି ସହର ପରିକ୍ରମା କରିବା ପରେ ସନ୍ଧ୍ୟାରେ ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ,ମୁଖ୍ୟ ବକ୍ତା ଡ଼ଃ ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନୀତ ଅତିଥି ପ୍ରସାର ଭାରତୀ ଉତ୍କଳ ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର,ବରିଷ୍ଠ ସାମ୍ବାଦିକ ଉପସ୍ଥାପକ ମନୋରଞ୍ଜନ ଯୋଶୀ ଯୋଗଦେଇଥିଲେ । ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ଏହି ଅବସରରେ ଶତବାର୍ଷିକୀ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା । ସ୍ମରଣିକା ଉନ୍ମୋଚନ ସମୟରେ ସ୍ମରଣିକା ଉପଦେଷ୍ଟା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟ ସଂପାଦକ ପଦ୍ମ ଲୋଚନ ମିଶ୍ର,ସଂପାଦକ ହେମନ୍ତ ସାହୁ,ସହ-ସଂପାଦକ ପରମାନନ୍ଦ ବିଶି ସହଯୋଗ କରିଥିଲେ । ପରେ କାମନା ଦଣ୍ଡ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ସୁରେଶ ଚନ୍ଦ୍ର ମାଣ୍ଡେସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ କୃଷ୍ଣ ଚନ୍ଦ୍ର ସାହୁ । ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିଲେ । ସାଂସ୍କୃତିକ ସଭା ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ(ଆମ୍ବିଥି)ର ଓଁ ଶ୍ରୀ ଶ୍ରୀ ଶିବକାଳୀ କାମନା ଦଣ୍ଡ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ କୁମାର ମହାଲିକ,ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ,ସହ-ସଂପାଦକ ଲଳିତ ସ୍ୱାଇଁ,କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼, ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ରଜନୀକାନ୍ତ ମାହାଖୁଡ, କମଲ ହେର୍ଣା ,ସାରଦା କେଶରୀ ବାରିକ, କୃଷ୍ଣ ଚନ୍ଦ୍ର ସାହୁ,ବିନୋଦ ମହଖୁଡ, ସମ୍ପଦ ଲାଲ ବିଶି.ପ୍ର୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ 

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

Leave a Comment

error: Content is protected !!