ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଉମରକୋଟ:( ତା୨୭-୭-୨୦୨୬)(ରବି ନାରାୟଣ ମହାନ୍ତି) ସରକାରୀ ପ୍ରାଥମିକ ବିଦ୍ୟାଳୟ ,ରାଉତଗୁଡାର ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ମାଁ ଘାଟଘୋଷାଣୀ ଠାକୁରାଣୀ,ବିଡ୍ରି ପୀଠରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ, ଗୋଷ୍ଠୀ ଶିକ୍ଷାଧିକାରୀ ଈଶ୍ବର ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଭୂୟାଁ, ସମ୍ମାନୀତ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାଘ,ସୋନା ମାଝୀ,ଶିକ୍ଷକ ଅରୁଣ କୁମାର ବେହେରା ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ ଉମରକୋଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗ ଦେଇ ରାଜକିଶୋର ନାୟକଙ୍କ ଶିକ୍ଷକ ଜୀବନର କାର୍ଯ୍ୟଦକ୍ଷତା ଉପରେ ମୂଲ୍ୟବାନ ମତାମତ ରଖିଥିଲେ।ରାଜପୁର ଆଞ୍ଚଳିକ ସାଧନ ସଂଯୋଜକ ମନୋଜ କୁମାର ବେହେରା ପରିଚାଳନା କରିଥିବାବେଳେ ଶିକ୍ଷକ ବିଭୂତି ଭୂଷଣ ଓଝା କାର୍ଯ୍ୟକ୍ରମକୁ ବେଶ ସୁନ୍ଦର ଭାବେ ସଂଯୋଜନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

masiha

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

masiha

Leave a Comment

error: Content is protected !!