ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଉମରକୋଟ:( ତା୨୭-୭-୨୦୨୬)(ରବି ନାରାୟଣ ମହାନ୍ତି) ସରକାରୀ ପ୍ରାଥମିକ ବିଦ୍ୟାଳୟ ,ରାଉତଗୁଡାର ପ୍ରଧାନ ଶିକ୍ଷକ ରାଜକିଶୋର ନାୟକଙ୍କୁ ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ମାଁ ଘାଟଘୋଷାଣୀ ଠାକୁରାଣୀ,ବିଡ୍ରି ପୀଠରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ, ଗୋଷ୍ଠୀ ଶିକ୍ଷାଧିକାରୀ ଈଶ୍ବର ଚନ୍ଦ୍ର ମାଝୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବଲ୍ଲଭ ରାଉତ, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଭୂୟାଁ, ସମ୍ମାନୀତ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାଘ,ସୋନା ମାଝୀ,ଶିକ୍ଷକ ଅରୁଣ କୁମାର ବେହେରା ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ ଉମରକୋଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗ ଦେଇ ରାଜକିଶୋର ନାୟକଙ୍କ ଶିକ୍ଷକ ଜୀବନର କାର୍ଯ୍ୟଦକ୍ଷତା ଉପରେ ମୂଲ୍ୟବାନ ମତାମତ ରଖିଥିଲେ।ରାଜପୁର ଆଞ୍ଚଳିକ ସାଧନ ସଂଯୋଜକ ମନୋଜ କୁମାର ବେହେରା ପରିଚାଳନା କରିଥିବାବେଳେ ଶିକ୍ଷକ ବିଭୂତି ଭୂଷଣ ଓଝା କାର୍ଯ୍ୟକ୍ରମକୁ ବେଶ ସୁନ୍ଦର ଭାବେ ସଂଯୋଜନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ହିନ୍ଦୁ ନବବର୍ଷ ପାଳନ

Sunil Chandra Nayak

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘରୋଇ ସ୍କୁଲ ସଂଘ ର ଦାବିପତ୍ର

Sunil Chandra Nayak

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!