ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

କଟକ : ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ କାଠଯୋଡ଼ି ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇ ଯାଇଛି। ସାନ୍ତ୍ଵନା ମହାନ୍ତିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଗୀତିକବି ନନ୍ଦକିଶୋର ସିଂହ ଓ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ଉଦଘାଟନ କରିଥିଲେ ବରଣ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଶେଖର ଘୋଷ ଓ ବିଶିଷ୍ଟ ଅତିଥି ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକ ମୁଖ୍ୟ ବକ୍ତା ବିଶିଷ୍ଟ ଗୀତିକବି ବିପିନ ମହାନ୍ତି ସମ୍ମାନିତ ଅତିଥି ଭାବେ ଆଇନ ଜୀବି ମହିଜା ଦଳବେହେରା, ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତ, ଡାକ୍ତର ସୁନିଲ ରାଉତ, କ୍ଷେତ୍ରମୋହନ ସାହୁ, ସୁଶାନ୍ତ ଦାଶ, ପ୍ରମିଳା ପତି ଓ ପ୍ରମୋଦ ପ୍ରଧାନ ଯୋଗ ଦେଇଥିଲେ। କବି ପୀତାମ୍ବର ମହାପାତ୍ର ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସଦର ମୁଖପତ୍ର “କାଠଯୋଡ଼ି” ଓ ମହିଜା ଦଳବେହେରାଙ୍କ “ପ୍ରୀତିପର୍ଣ୍ଣା”,ସ୍ନେହଲତା ସାହୁଙ୍କ “ମୋ ମାଆ” ଲୋକାର୍ପିତ ହୋଇଥିଲା। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ପଣ୍ଡିତ ଚୈତନ୍ୟ ସାହୁ, ଧ୍ୱନିପ୍ରତିଧ୍ୱନି ସମ୍ପାଦିକା ସୈରିନ୍ଧ୍ରି ସାହୁ,ବରିଷ୍ଠ ଗୀତିକବି ରମେଶ ମଙ୍ଗରାଜ, ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ସଭାପତି କୃଷ୍ଣଚନ୍ଦ୍ର ରଥ, ଗାଳ୍ପିକ ଭଗବାନ ସାମଲ, ସାରସ୍ୱତ ସାଧକ ପୂର୍ଣ୍ଣ ମିଶ୍ର, ଡାକ୍ତର କମଳାକାନ୍ତ ନାୟକ, ନାଟ୍ୟକାର ପୀୟୂଷ ରଞ୍ଜନ ପରିଡ଼ା, ସମାଜସେବୀ ଓ ସାରସ୍ୱତ ସାଧିକା ଅନ୍ନପୂର୍ଣ୍ଣା ଦେବୀ, କବୟିତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ଯୁବକବି ସୌମେନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ଜୟନ୍ତୀ ବାରିକ ଓ ଶ୍ରୀମତୀ ମିନତି ମଲ୍ଲଙ୍କ ପୌରହିତ୍ୟରେ ସ୍ମୃତିରେଖା ମହାନ୍ତି, ସ୍ନେହଲତା ଦ୍ଵିବେଦୀ ଓ ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁଙ୍କ ସଂଯୋଜନାରେ ବହୁ କବି କବୟିତ୍ରୀ କବିତା ପାଠୋତ୍ସବରେ ଯୋଗଦେଇଥିଲେ। ଉପସ୍ଥାପକ ଇଂ.ଶୁଭ ଦେବ ଜେନା ଓ ସମ୍ପାଦକ ବାବାଜୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଜ୍ଯ ମହିଳା କମିଶନଙ୍କ ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପଦ୍ମପୁର ବ୍ଲକ ବିଜୟା ନନ୍ଦ ହାଇସ୍କୁଲ ପଡ଼ିଆ ରେ ବଡ ଧୁମ ଧାମ ରେ ଚଇତି ପାଳିତ

masiha

ସମାଜସେବୀ ଙ୍କ ବାଲିଯୋଡି ଅଞ୍ଚଳ ଗସ୍ତ

masiha

Leave a Comment

error: Content is protected !!