ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ତରଫରୁ ସ୍ବପରାୟଣତା ସଚେତନତା ଦିବସ ପାଳନ 

ଶ୍ରଦ୍ଧା ତରଫରୁ ସ୍ବପରାୟଣତା ସଚେତନତା ଦିବସ ପାଳନ 

ରାଉରକେଲା: ଦିବ୍ୟାଙ୍ଗଙ୍କ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ବିଶ୍ବ ଅଟିଜିମ୍ ବା ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗଗନ ବିହାରୀ ଧଳ ମୁଖ୍ୟଅତିଥି, ଅଭିଭାବକ ସୁମନ୍ତ ସ୍ବାଇଁ,ଡା ଆଲୋକ ସାହୁ,ଡ଼ା ସ୍ମୃତି ଝା ଓ ଅନୁଷ୍ଠାନର ପ୍ରମୁଖ ରିନୁଲତା ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷର ଥିମ୍ ସ୍ବପରାୟଣତା ଏବଂ ମାନବିକତା,ପ୍ରତ୍ୟେକ ଜୀବନର ମୂଲ୍ୟ ଅଛି ସମ୍ପର୍କରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗଙ୍କୁ ସମାଜ ତଥା ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ୍ କରି ମୁଖ୍ୟସ୍ରୋତକୁ ଆଣିବା, ସେମାନଙ୍କ ମାନସିକ ବିକାଶ, ମାନବିକତା, ଧୈର୍ଯ୍ୟ ଓ ସାମୁହିକ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ସମ୍ପ୍ରତି ଚାଲିଥିବା ଜନଗଣନା ରେ ପରିବାର ରେ ଥିବା ଦିବ୍ୟାଙ୍ଗଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ଅନୁରୋଧ କରାଯାଇଥିଲା। ଡାକ୍ତର ଶ୍ରୀ ସାହୁ ଓ ଡାକ୍ତର ଝା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗଙ୍କ ମାନସିକ ଓ ଶାରିରୀକ ପରିବର୍ତ୍ତନ ପାଇଁ ଅଭିଭାବକ ତଥା ସମସ୍ତଙ୍କ ଦାୟିତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ପାଣ୍ଡବ ଏହି ସଚେତନତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମଞ୍ଚ ସଂଯୋଜନା କରିଥିଲେ। ଟିପିଡବ୍ଲୁଓଡିଏଲ୍ ସହାୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ମହାରଣା, ସୁଜାତା ରାଉତ, ଅର୍ଚ୍ଚନା ମିଞ୍ଜ,ଗଗନ ମହାନ୍ତି, ସୁକୁମାର ପାଣ୍ଡବ,ସୈ।ଦାମିନୀ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ

Sunil Chandra Nayak

ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ସମ୍ବଲପୁର ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!