ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

ଯୋଡ଼ା:-ରାଜ୍ୟର ଯୋଡ଼ା ଏବଂ ବଡ଼ବିଲ ଉଭୟ ଦ୍ବୟ ସହର ଖଣି’ଖାଦାନ ତଥା ଶିଳ୍ପ ନିମନ୍ତେ ବେସ ପ୍ରସିଦ୍ଧି ରହିଛି। ହେଲେ ବିଗତ ଦିନରେ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପ୍ରତି ଦାୟତ୍ୱହୀନତା ସ୍ଥାନୀୟ ସରକାରୀ ଅଫିସର ପକ୍ଷରୁ ହୋଇ ଚାଲିଥିବାରୁ ଖଣିଦୁର୍ନୀତି ଠାରୁ ଆରମ୍ଭ କରି,ଅଞ୍ଚଳରେ ଅନେକ ଦିଗରେ ଅନୀତି କାର୍ଯ୍ୟ ବଢ଼ି ଚାଲିବାରୁ ସାଧାରଣ ଗରିବଙ୍କ ସମସ୍ୟା ବୃଦ୍ଧି ହେଉଥିବାର ଜଣାପଡେ।ତେବେ ଠିକ ସେହିପରି ଯୋଡ଼ା ଭଳି ସହରରେ ତିନିଗୋଟି ନାମର କମ୍ପାନୀ ପକ୍ଷରୁ ସ୍ଥାନୀୟ ଚାରୋଟି ଅନୁଷ୍ଠାନ ଦ୍ୱାରା ଏଲପିଜି ଗ୍ୟାସ ବିତରଣ ଯୋଗାଣ ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରାୟ ସମୟରେ ଗ୍ୟାସ ଯୋଗାଣରେ ଅନୀତିର ରାସ୍ତା ଆପଣଉ ଥିବାରୁ ସାଧାରଣ ଲୋକ(ଖାଉଟି)ବାରମ୍ବାର ସମସ୍ୟା ଭୋଗୁଥିବା ବେଳେ ସହରରେ ଏକାଧିକ ସ୍ଥାନରେ ମାଳ”ମାଳ ଚୋରା ବ୍ୟବସାୟୀଙ୍କ ନିକଟରେ ବର୍ଷକ ବାରମାସ ଯେଉଁ ସମୟରେ ଖୋଜିଲେ ଗ୍ୟାସ ଏକରୁ ଉର୍ଦ୍ଧ୍ୱ ମିଳବା ବହୁତ ସହଜ ହୁଏ।ହେଲେ ସାଧାରଣ ଖାଉଟିଙ୍କୁ ଚୋର ବ୍ୟବସାୟୀଙ୍କ ଠାରୁ ଏଲପିଜି ଗ୍ୟାସ ଧାର୍ଯ୍ୟ ମୂଲ୍ୟରୁ ପ୍ରାୟ ଦୁଇଶହରୁ ତିନିଶହ ଅଧିକ ଦେବାକୁ ପଡୁଥିବା ବେଳେ ଚୋରା ବ୍ୟବସୟୀ ପକେଟ ଭର୍ତ୍ତି କରୁଥିବାର ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ଏହି ଖଣିଅଞ୍ଚଳ ଗୁଡିକରେ ଖଣି ଦୁର୍ନୀତି ଯେପରି ସରକାରୀ ଖଣି ବିଭାଗୀୟଙ୍କ ଦ୍ୱାରା ସମ୍ଭବ ହେବା ପ୍ରମାଣ କରିଛି, ଠିକ ସେହିପରି ସାଧାରଣ ଏଲପିଜି ଗ୍ୟାସ ଯୋଗାଣରେ କାହାର ସହଯୋଗରେ ହୁଏ, ଯାହା ତଦନ୍ତ ସାପକ୍ଷ ହୋଇପାରିଲେ ସାଧାରଣ ଲୋକ ଆଗକୁ ସୁବିଧା ସମସ୍ତ କମ୍ପାନୀର ଏଲପିଜି ସହଜ ପକ୍ରିୟାରେ ପାଇ ପାରିବେ ବୋଲି ସାଧାରଣରେ ଦାବୀ ହେଉଥିବାର ଶୁଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

ଚୁଲା ଭଟା ଗାଁ ରେ ବାଘ ଆତଙ୍କ

Sunil Chandra Nayak

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!