ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ର ପ୍ରତିଭା ଖୋଜ କାର୍ଯ୍ୟକ୍ରମ 

ହାପି ମୋମେଣ୍ଟସ ର ପ୍ରତିଭା ଖୋଜ କାର୍ଯ୍ୟକ୍ରମ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ର ପ୍ରତିଭା ଖୋଜ ‘ଟ୍ୟାଲେଣ୍ଟ ଯୋ ବଦଲ ଦେ ଦୁନିଆ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ କ୍ରିଷ୍ଣା ବିକାଶ ଇଣ୍ଡୋ ଗ୍ଲୋବାଲ ସ୍କୁଲ ରେ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ହସ୍ତାକ୍ଷର, ରାଇମ ,ଗଳ୍ପ ପଡନ, ବାଦ୍ୟ ଯନ୍ତ୍ର, କୈାତୁକ ପୋଷାକ, ନୃତ୍ୟ ,ସଂଗୀତ, ମଡେଲିଂ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତା ଗୁଡିକୁ ବିଚାରକ ଭାବେ ଗ୍ରେସୀ ଡେଭିଡ,ସୁଧା ପାଣ୍ଡେ,ସିଦ୍ଧାର୍ଥ ଦୀପ,ଶିବାନୀ ଥାପଡ଼, ଦୀପକ ଚାଟାର୍ଜୀ, ରୋବେର୍ଟ ହାଇଫିଲ୍, ଅଜୟ ତ|ଣ୍ଡିଆ, ଦୀପକ ଜେନା ପ୍ରମୁଖ ପିଲା ମାନଙ୍କ ପ୍ରତିଭାକୁ ମୂଲ୍ୟାଙ୍କନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ଟ୍ରଷ୍ଟି ରଶ୍ମିତା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ମହିଳା ବିଭାଗର ମୁଖ୍ୟ ଗ୍ରେସି ଡେଭିଡ ସ୍ୱାଗତ ଅଭିଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିକାଶ ସ୍କୁଲର ଅଧ୍ୟକ୍ଷ ଡ଼ଃ ମନୋଜ ତ୍ରିପାଠୀ,ମନୋଜ ଆଚାର୍ଯ୍ୟ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଂଶସା କରିବା ସହ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଅନୁଷ୍ଠାନ ବରିଷ୍ଠ ସଦସ୍ୟ ସସ୍ମିତା ପ୍ରଧାନ, ସୁଶାନ୍ତ ନାୟକ, ମାନସୀ ଘୋଷ, ରଞ୍ଜନ ସାହୁ,ଦେବିକା ଘୋଷ,ଇସିକା ଘୋଷ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୋଲିସ ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କ ନିକଟତର କରିବା ପ୍ରୟାସ 

masiha

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

ଆଇନ ମନ୍ତ୍ରୀ ଙ୍କୁ ସରକାରୀ ଓକିଲ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!