ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ବାଳିକା ଦିବସ 2025 ଏବଂ ବେଟୀ ପଢ଼ାଓ,ବେଟୀ ବଛା ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ଜାତୀୟ ବାଳିକା ଦିବସ 2025 ଏବଂ ବେଟୀ ପଢ଼ାଓ,ବେଟୀ ବଛା ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ

ଭବାନୀପାଟଣା: ତା 24.01.2025- // ଜାତୀୟ ବାଳିକା ଦିବସ ୨୦୨୫ ଏବଂ ବେଟି ବଚାଓ ବେଟି ପଢାଓ ଯୋଜନା ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବ୍ରଜ ମୋହନ ହାଇସ୍କୁଲର ସେଣ୍ଟିନାରୀ କକ୍ଷ, ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପାଳନ ଉତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗ ଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଇ  ଲିଂଗଗତ ବୈଷମ୍ୟତା ଦୂରୀକରଣ, ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ମତ ପୋଷଣ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ, ଭାରପ୍ରାପ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଜିଲ୍ଲା ଶିଶୁ ମଙ୍ଗଳ କମିଟି ରୁପେଶ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ୍ ନିଶା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଶିକ୍ଷା ବିଭାଗର DPEO ରୂପସିଂ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମହିଳା ଓ ଶିଶୁ ବିକାଶ ବିଭାଗର ସୁରକ୍ଷା ଅଧିକାରୀ ସୁଚରିତା ମହାପାତ୍ର ପ୍ରମୁଖ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା, କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ ନିରାକରଣ, ମହିଳା ମାନଙ୍କ ସମାଜ ଗଠନ ତଥା ରାଷ୍ଟ୍ର ଗଠନ ରେ ରହିଥିବା ଭୂମିକା ସମ୍ପର୍କରେ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ଯେ, ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ୨୦୧୫ ମସିହାରେ ଆରମ୍ଭ ହୋଇ ଆଜି ତାର ୧୦ ବର୍ଷ ପୂର୍ତ୍ତି କରିଛି ଏବଂ ଏହି ଉପଲକ୍ଷେ ୨୪ ଜାନୁଆରୀ ୨୫ ଠାରୁ ଏକମାସ ବ୍ୟାପି ସଚେତନତା ଅଭିଯାନ ଜିଲ୍ଲାର ବିଭିନ୍ନ ସ୍ତରରେ ଆୟୋଜନ କରାଯିବ ଓ ଆସନ୍ତା ୦୮.୦୩.୨୦୨୫ ଆନ୍ତର୍ଜାତିକ ମହିଳା ଦିବସ ଦିନ ସମାପନ ହେବ । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଜଣ କୃତି ଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେମାନଙ୍କ ମଧ୍ୟରେ ଲିପ୍ସାରାଣୀ ବାଗ, ରଚନା ମାଝୀ, ପୂନମ ନାଏକ, ନୟୀ ଶବର, ପ୍ରତ୍ୟୁଷା ମହନା ପ୍ରମୁଖ ରହିଥିଲେ। କାର୍ଯକ୍ରମ ରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଗଣ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଓ ସଦସ୍ୟା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ବୃନ୍ଦ, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ, ୱାନ ଷ୍ଟପ୍ କେନ୍ଦ୍ରର ମୁଖ୍ୟ ତଥା ଅନ୍ୟ କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନ ର କୁନୁ କୁନି ଝିଅ ମାନେ, ବିଭିନ୍ନ ସ୍କୁଲର ଛାତ୍ରୀ ମାନେ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଆଦ୍ଵିକା ଗ୍ରୁପ ର ଝିଅ ମାନେ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଏବଂ ସମାଜ କଲ୍ୟାଣ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶିଶୁଯତ୍ନ ଅନୁଷ୍ଠାନ ର ବାଳିକା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ଏବଂ ସଭା ଆରମ୍ଭରେ ଜିଲ୍ଲାପାଳ ଙ୍କ ଦ୍ଵାରା ଉପସ୍ଥିତ ପ୍ରତିଭାଗି ମାନଙ୍କୁ ଶପଥ ପାଠ କରାଯାଇଥିଲା। କାର୍ଯକ୍ରମକୁ ପରିଚାଳନା କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଶ୍ରୀ ଅଂଶୁମାନ ବାବୁ, ସ୍ବାଗତ ଭାଷଣ ଦେଇଥିଲେ ସମାଜ କଲ୍ୟାଣ ବିଭାଗ ର ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚରିତା ମହାପାତ୍ର ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ପୋଷଣ ଅଭିଯାନ ର ଜିଲ୍ଲା ସଂଯୋଜକ ଶ୍ରୀ ଅଜୟ ବିହାର। ପ୍ରକାଶ ଥାଉକି, ଏହି ଅବସରରେ ସକାଳ ୧୦ ଘଣ୍ଟା ସମୟରେ ଜିଲ୍ପାପାଳଙ୍କ କାର୍ଯ୍ୟାଳୟ ଠାରୁ ବ୍ରଜ ମୋହନ ହାଇସ୍କୁଲ ପର୍ଯ୍ୟନ୍ତ ଏକ ସଚେତନତା ରାଲି ର ଆୟୋଜନ କରା ଯାଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ)ବଇତୁରା ଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

( ମ ନି ସ ) 

 

Related posts

ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳିକା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଉଦଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲର ନିର୍ମାଣ ପାଇଁ ଶୁଭାରମ୍ଭ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

Leave a Comment

error: Content is protected !!