ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ପାଟଣାଗଡ ( ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ପାଳିତ ହୋଇଯାଇଛି। ଏଥିରେ ସଂଘ ର ସଭାପତି କରୁଣାକର ବୁଡେକ ଯୋଗଦେଇ ସ୍ବାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଗୋରେଖନାଥ ବରିହା ପତାକା ଉତ୍ତୋଳନ କରିଥିଲେ। ପରେ ସଭାପତି ଶ୍ରୀ ବୁଡେକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଘ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ଜନରାଜ୍ୟ ଦିବସ ଉପରେ ନିଜ ନିଜ ମତବ୍ୟକ୍ତ କରିଥିଲେ। ଜନରାଜ୍ୟ ଦିବସ ପାଳିଲେ ହେବ ନାହିଁ ମହାପୁରୁଷ ମାନଙ୍କ ସ୍ବପ୍ନ କୁ ସାକାର କରିବା ସହ ତାଙ୍କ ତ୍ୟାଗ ଅନୁରାଗ କୁ ଉପଲବ୍ଧ କରି ସମାଜ ରେ ଥିବା ଦୁସ୍ଥ , ନିଷ୍ପେସିତ ଅସହାୟ , ସରକାରୀ ସହାୟତା ରୁ ବଞ୍ଚିତ ହୋଇଥିବା ଲୋକଙ୍କ ସେବାରେ ଲୋକଲୋଚନକୁ ଆଣିବା ପାଇଁ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ସଭାପତି ଶ୍ରୀବୁଡେକ ପରାମର୍ଶ ଦେଉଥିଲେ। ଏଥିରେ ଜଗଦୀଶ ଭୋଇ,ଘନ ଭୁଏ, ଲଲିତ ମଲ୍ଲିକ,ଦୂର୍ଯ୍ୟୋଧନ ବର୍ଗେ, ଅଭିମନ୍ୟୁ ବାଗ, ଶେଷଦେବ ସିଂ ନାଏକ, ଗୁଣନିଧି ପୁଟେଲ,ସମାଜସେବୀ ପଲସି ବରିହା, ଭଗବାନ ବାଗ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

5T ସଚିବ ଶ୍ରୀଯୁକ୍ତ ଭି କେ ପଣ୍ଡିୟାନ ଙ୍କ ଢେ଼ଙ୍କାନାଳ ଗସ୍ତ ଅବସର ରେ “କପିଳାସ ସୁରକ୍ଷା ସମିତି ” ର ନିବେଦନ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ସ୍ୱାଧୀନତା ଦିବସ ପାଳନ ନେଇ ଜୁନାଗଡ଼ରେ ବହୁଜନ ସଂଗ୍ରାମ ସମିତିର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!