ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

 ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ୦୮ ଗୋଟି ପୋଥି ଦାନ

   ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ୦୮ ଗୋଟି ପୋଥି ଦାନ

    ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ପୁଣି ଏକ ସଫଳତା ମିଳିଛି । ପ୍ରାଚୀନ ପୋଥିର ଉଦ୍ଧାର ଓ ସଂରକ୍ଷଣ, ମୂଳପାଠ ନିର୍ଣ୍ଣୟ ସହିତ ଛାତ୍ରଛାତ୍ରୀଙ୍କୁ ପୋଥି ବିଷୟରେ ଅବଗତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । କୁଳପତି ଡକ୍ଟର ନିବେଦିତା ନାଥ , ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଡୋଳାମଣି ଧରୁଆ ଓ ଡକ୍ଟର ଦାଶରଥି ଆଚାର୍ଯ୍ଯ ଏହି ପୋଥି ସଂଗ୍ରହ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲାରୁ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ପୋଥି ଆସିଅଛି । ଏହି ପୋଥିଗୁଡିକ ଡକ୍ଟର ଦାଶରଥି ଆଚାର୍ଯ୍ଯ ନୂଆପଡା ଜିଲ୍ଲାର ତୁକଲା ଗ୍ରାମରେ ଶ୍ରୀ ଅରୁଣ କୁମାର ଦାଶଙ୍କ ଘରେ ପୋଥି ଠାବ କରିଥିଲେ । ଶ୍ରୀ ଦାଶ ଜଣେ ଶିକ୍ଷକ ହୋଇଥିବାରୁ ତାଙ୍କ ଘରେ ଅନେକ ଦୁର୍ଲଭ ପୋଥି ସାଇତି ରଖିଥିଲେ । ସେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ହସ୍ତରେ ୦୮ ଗୋଟି ଦୁର୍ଲଭ ପୋଥି ଅର୍ପଣ କରିଛନ୍ତି । ଏହି ପୋଥି ପ୍ରଦାନକରି ଶ୍ରୀ ଦାଶ, ତାଙ୍କ ମାଆ ଓ ଧର୍ମପତ୍ନୀ ଖୁସି ବ୍ୟକ୍ତ କରିଥିଲେ । ଏହି ପୋଥିଗୁଡିକୁ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହାଳୟରେ ସାଇତି କରି ରଖାଯାଇଛି । ପୋଥିଗୁଡିକ ଓଡ଼ିଆ ଓ ସଂସ୍କୃତର ଛାତ୍ରଛାତ୍ରୀ ତଥା ଗବେଷକ-ଗବେଷିକାଙ୍କ ଗବେଷଣା ପାଇଁ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ସେମାନେ ସ୍ଵଇଚ୍ଛାରେ ପ୍ରଦାନ କରିଛନ୍ତି । ଭାଷା ଓ ସାହିତ୍ୟ ବିଷୟକ ଦୁର୍ଲଭ ପୋଥି ପ୍ରଦାନ କରିଥିବାରୁ କୁଳପତି ଡକ୍ଟର ନିବେଦିତା ନାଥ ତଥା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଶଂସା ମଧ୍ଯ କରିଛନ୍ତି । 

Related posts

ଅନୁଷ୍ଠିତ ହେଲା ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ

masiha

ଉମରକୋଟ ଵ୍ଳକରେ କଳା ସଂସ୍କୃତି ସଂଘ ଦ୍ୱାରା, ପଥପ୍ରାନ୍ତ ନାଟକ   

masiha

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!