ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା 

          ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା l ଆଧାର କାର୍ଡ ରେ ଥିବା ଭୁଲ ନାମ ଯୋଗୁଁ, ହୋଇପାରୁନାହିଁ ବିଦ୍ୟାଳୟରେ ନାମ ଲେଖା l ଚିନ୍ତାରେ ଅଭିଭାବକ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଛଣପାଳ ଗ୍ରାମରେ l ସୂଚନା ମୁତାବକ ଛଣପାଳ ଗ୍ରାମର ଶ୍ରୀଯୁକ୍ତ ସୁଜିତ ସିଂ(ପିତା) ଏବଂ ବୁଦୁନୀ ସିଂ(ମାତା) ଙ୍କ ପୁତ୍ର ଅଙ୍କୁଶ ସିଂ l ଜନ୍ମ ତା – ୧୮ ଫେବୃୟାରୀ ୨୦୨୧ ଅନୁସାରେ ବୟସ ପାଞ୍ଚ ବର୍ଷ l ଭୁଲ ବଶତଃ ଆଧାର କାର୍ଡରେ ଅଙ୍କୁଶ ସିଂ ନାମ ବଦଳରେ ସୁଜିତ୍ ସିଂ ନାମ ଥିବାରୁ, ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ବାଧକ ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଅଛି l ଯାହାଫଳରେ ଅଭିଭାବକଙ୍କ ସ୍ତରରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି l ତେବେ ଏନେଇ ଅଭିଭାବକ ଆଧାର କାର୍ଡ କେନ୍ଦ୍ରର ଦ୍ୱାରସ୍ଥ ହୋଇ, ତ୍ରୁଟି ରହିଥିବା ବିଷୟକୁ ସଂଶୋଧନ ନିମନ୍ତେ ଗୁହାରି କରିଛନ୍ତି l ଯଦ୍ଵାରା ସଠିକ୍ ସମୟରେ ବିଦ୍ୟାଳୟରେ ପିଲାଟିର ନାମଲେଖା ହେଲେ, ଉଜ୍ଜଳ ଭବିଷ୍ୟତ ଦିଗରେ ସହାୟକ ହୋଇପାରିବ l

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

 

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ 

Sunil Chandra Nayak

ସିନାପାଲିରେ ପଣା ବଣ୍ଟନରେ ମାନବତାର ସୁଗନ୍ଧ: ଆଦର୍ଶ ଯୁବକ ସଂଘର ଉଦ୍ୟମ ପ୍ରଶଂସନୀୟ

Sunil Chandra Nayak

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

masiha

Leave a Comment

error: Content is protected !!