ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା 

          ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା l ଆଧାର କାର୍ଡ ରେ ଥିବା ଭୁଲ ନାମ ଯୋଗୁଁ, ହୋଇପାରୁନାହିଁ ବିଦ୍ୟାଳୟରେ ନାମ ଲେଖା l ଚିନ୍ତାରେ ଅଭିଭାବକ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଛଣପାଳ ଗ୍ରାମରେ l ସୂଚନା ମୁତାବକ ଛଣପାଳ ଗ୍ରାମର ଶ୍ରୀଯୁକ୍ତ ସୁଜିତ ସିଂ(ପିତା) ଏବଂ ବୁଦୁନୀ ସିଂ(ମାତା) ଙ୍କ ପୁତ୍ର ଅଙ୍କୁଶ ସିଂ l ଜନ୍ମ ତା – ୧୮ ଫେବୃୟାରୀ ୨୦୨୧ ଅନୁସାରେ ବୟସ ପାଞ୍ଚ ବର୍ଷ l ଭୁଲ ବଶତଃ ଆଧାର କାର୍ଡରେ ଅଙ୍କୁଶ ସିଂ ନାମ ବଦଳରେ ସୁଜିତ୍ ସିଂ ନାମ ଥିବାରୁ, ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ବାଧକ ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଅଛି l ଯାହାଫଳରେ ଅଭିଭାବକଙ୍କ ସ୍ତରରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି l ତେବେ ଏନେଇ ଅଭିଭାବକ ଆଧାର କାର୍ଡ କେନ୍ଦ୍ରର ଦ୍ୱାରସ୍ଥ ହୋଇ, ତ୍ରୁଟି ରହିଥିବା ବିଷୟକୁ ସଂଶୋଧନ ନିମନ୍ତେ ଗୁହାରି କରିଛନ୍ତି l ଯଦ୍ଵାରା ସଠିକ୍ ସମୟରେ ବିଦ୍ୟାଳୟରେ ପିଲାଟିର ନାମଲେଖା ହେଲେ, ଉଜ୍ଜଳ ଭବିଷ୍ୟତ ଦିଗରେ ସହାୟକ ହୋଇପାରିବ l

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

 

Related posts

ବିପଦ ସଂକୁଳ ଅବସ୍ଥାରେ ଅଚଳ ନଳକୂପ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

କଲମପୁର ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ

Leave a Comment

error: Content is protected !!