ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

ତେନ୍ତୁଳିଖୁଣ୍ଟି ୦୨/୦୬/୨୪ // ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିକ୍ସ ଚମ୍ପିୟାନସିପ ରେ ନବରଙ୍ଗପୁର ଝିଅ ଏଲ. ସ୍ନିଗ୍ଧା ସ୍ଵର୍ଣ୍ଣ ପଦକ ହାସଲ କରି ନବରଙ୍ଗପୁରଜିଲ୍ଲା କୁ ଗର୍ବ ଓ ଗୌରବ ଆଣିଦେଇଛନ୍ତି!

    ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ଏଲ ସନ୍ତୋଷ ରାଓ ଙ୍କ ଝିଅ ଏଲ ସ୍ନିଗ୍ଧା ପିଲାଦିନରୁ ଖେଳ ପ୍ରତି ଆଗ୍ରହ ରହି ଆସିଛି!ସେ ପିଲାଦିନେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖାତିଗୁଡା ଠାରେ ଅଧ୍ୟୟନ କରୁଥିବା ବେଳେ ଚମ୍ପିୟାନ ହୋଇ ବର୍ତ୍ତମାନ ରାଜ୍ୟ ତଥା ଅନ୍ତରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି! ବର୍ତ୍ତମାନ ଓଡିଶା 70ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ନବରଙ୍ଗପୁର ତରଫରୁ ପ୍ରତିନିଧିତ୍ୱ କରି ସ୍ଵର୍ଣ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଦେଇଛନ୍ତି!ଦୌଡ଼, ଲମ୍ବା ଡିଆଁ, ଓ ସର୍ଟଫୁଟ ଇଭେଣ୍ଟ ରେ ଭାଗ ନେଇ ସମସ୍ତ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ଉମରକୋଟ କ୍ରୀଡା ଶିକ୍ଷକ ସପନ ବୈରାଗୀ ଓ ଖେଳ ପ୍ରେମୀ ଦୁର୍ଯ୍ୟୋ ହରିଜନ ଜଣାଇଛନ୍ତି!ସ୍ନିଗ୍ଧା ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କଳିଙ୍ଗଷ୍ଟାଡିୟମ ଅନ୍ତର୍ଗତ ବାଳିକା ହଷ୍ଟେଲ ରେ ତାଲିମ ନେଉଛନ୍ତି!ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ରେ ନିଜ ରାଜ୍ୟ ଏବଂ ଦେଶପାଇଁ ପ୍ରତିନିଧିତ୍ୱ କରି ଦେଶ ର ଗୌରବ ଆଣିବାକୁ ସ୍ନିଗ୍ଧା ଲକ୍ଷ୍ୟ ରଖିଛନ୍ତି!ଏହି ସଫଳତା ର ଖବର ମିଳିବା ପରେ ପରିବାର ଲୋକ ବେଶ ଖୁସି ଥିବାବେଳେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଆସୁଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପଦାଧିକାରୀ ବୈଠକ 

Sunil Chandra Nayak

Leave a Comment

error: Content is protected !!