ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ହିନ୍ଦୀ ଲେଖକ ,ନାଟ୍ୟକାର ଶ୍ରୀ ଅସଗର ବଜାହତ ଜୀ ଙ୍କୁ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ହିନ୍ଦୀ ବିଭାଗ ରେ ସ୍ଵାଗତ

ନୂଆପଡା // ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ହିନ୍ଦୀ ଵିଭାଗୀୟ ସେମିନାର ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ ଙ୍କ ସଭାପତିତ୍ୱରେ ସମ୍ପାଦିତ ହୋଇଯାଇଛି । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଶିଲା ତ୍ରିବେଦୀ ଏବଂ ସଭାର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ହିନ୍ଦୀ ବିଭାଗୀୟ ମୁଖ୍ୟ ମେଜର ଡ଼ ବିଷ୍ଣୁ ଦେଵ ସିଂ ମଲ୍ଲିକ ,ମୁଖ୍ୟ ଅତିଥି ଭାବରେ ବହୁ ଚର୍ଚ୍ଚିତ ହିନ୍ଦୀ ନାଟକ ତଥା ସିନେମା “ଗଡ଼ସେ ଏବଂ ଗାନ୍ଧୀ” ର ଲେଖକ ଶ୍ରୀ ଅସଗର ବଜାହତ ଜୀ ଙ୍କ ସୃଷ୍ଟି ସମୂହ ର ବିଶେଷତ୍ୱ ଆଲୋଚିତ ହୋଇଥିଲା । ମୁଖ୍ୟ ଅତିଥି ନିଜର ନାଟକ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ,ଅଧ୍ୟାପିକା ମାନଙ୍କ ବିଷୟ ଭିତ୍ତିକ ଜିଜ୍ଞାସା ମୂଳକ ପ୍ରଶ୍ନ ର ଉତ୍ତର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜନୀତି ବିଭାଗର ଡ଼ ପଦ୍ମଲୋଚନ ବର୍ମା , ଶିକ୍ଷା ବିଭାଗ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ,ହିନ୍ଦୀ ବିଭାଗ ଅଧ୍ୟାପକ ଡ଼ ଶୁଭ୍ରାଂସିସ ବାରିକ , ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଚିତ୍ତ ରଞ୍ଜନ ଜେନା ,ଅଧ୍ୟାପକ ଜବାହର ପଣ୍ଡା ,ରସାୟନ ବିଜ୍ଞାନ ଅଧ୍ୟାପିକା ରାଜଲଷ୍ମୀ ରଥ ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରିଥିଲେ ।ପରିଶେଷରେ ଅଧ୍ୟାପିକା ସଂତୋଷି ଶର୍ମା ଧନ୍ୟବାଦ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ମହିମା ପଞ୍ଚାୟତରେ ଅନିୟମିତତାକୁ ନେଇ ପ୍ରତିବାଦ କଲେ ବିଜେପି କର୍ମକର୍ତ୍ତା, ବିଡ଼ିଓ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

masiha

ଭାଷା ଆଇନ ଉଲ୍ଲଂଘନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ପ୍ରତିବାଦ 

Sunil Chandra Nayak

Leave a Comment

error: Content is protected !!