ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବ୍ଲକ SHG ତାଲିମ୍ ଗୃହ ଠାରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକାଙ୍କ ସମିକ୍ଷା ବୈଠକ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପରିସରରେ ଥିବା SHG ତାଲିମ୍ ଗୃହ ଠାରେ କୋରାପୁଟ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକାଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ଲାଇନ୍ ବିଭାଗ ଏବଂ ୧୩ ଟି ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ନେଇ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକ ଉପାଧ୍ୟକ୍ଷା ଆରୋତୀ କୁଳଦୀପ ଏବଂ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମିରିକା ଯୋଗଦେଇ ଥିଲେ। ଉକ୍ତ ବୈଠକକୁ ଲକ୍ଷ୍ମୀପୁର ଯୁବ ଓଏଏସ୍ ବିଡ଼ିଓ ପ୍ରୀତି ରଞ୍ଜନ ରଥ ପରିଚାଳନା କରିଥିଲେ। ବୈଠକରେ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ କେଉଁ କେଉଁ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ଚାଳିଛି ତାହା ଉପସ୍ଥାପନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଜନ ପ୍ରତିନିଧି ମାନଙ୍କୁ ବିଭାଗ ତରଫରୁ କ’ଣ ଆଉ ହେବା ଆବଶ୍ୟକ ବୋଲି ପଚାରୁ ଥିଲେ ଯେଉଁ ଜନ ପ୍ରତିନିଧି ତାଙ୍କ ଅଞ୍ଚଳର ମୌଳିକ ସୁବିଧା ଗୁଡ଼ିକ ପ୍ରାଥମିକ ସ୍ତରରେ ଯୋଗାଇ ଦିଆ ଯାଉଥିବା ଅଧିକାରୀ ମାନେ ପ୍ରକାଶ କରୁଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଯେପରି ଲୋକଙ୍କ ପାଖକୁ ପହଞ୍ଚାଇ ପାରିବେ ସେ ଉପରେ ଅଧିକ ଗୁରୁତ୍ବ ଦେବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ଏହି ସମୟରେ ଲକ୍ଷ୍ମୀପୁର ଯୁବ ଓଏଏସ୍ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଯେପରି ଲୋକଙ୍କ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ନିକଟରେ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ମିଶି ମୌଳିକ ସୁବିଧା ଯୋଗାଇ ଦେଇଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଭୁଉଁସୀ ପ୍ରଶଂସା କରିଥିଲେ। ଲକ୍ଷ୍ମୀପୁର ପଞ୍ଚାୟତର ରୁମ୍ବେଲି ଗ୍ରାମ ଲୋକଙ୍କୁ ତାଙ୍କ ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ଚାଉଳ ନିକଟସ୍ଥ ଗ୍ରାମକୁ ନେଇ ଯୋଗାଇ ଦିଆଯାଉଛି । ଏବଂ ଆଗାମୀ DMF ଫୋଣ୍ଡ୍ ରେ ରାସ୍ତା ନିର୍ମାଣ କରାଯିବ ଏବଂ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ସେଠାରେ ଖୋଲାଯିବ ବୋଲି ଯୁବ ଓଏଏସ୍ ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

Sunil Chandra Nayak

ଶିଶୁଟିର ଅଣ୍ଡକୋଷ ବୃଦ୍ଧି, ଅଧିକ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଆର୍ଥିକ ଅଭାବ

ଲାୟନ୍ସ କ୍ଲବ୍ ନବରଙ୍ଗପୁର ଏଲିଟ୍‌ର ଚାର୍ଟର ନାଇଟ୍ ଓ ଅଧିଷ୍ଠାନ ସମାରୋହ 

Sunil Chandra Nayak

Leave a Comment

error: Content is protected !!