ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

ମୟୂରଭଂଜ – ୨୮/୧୦ -+ ମଦ ମାଫିଆ ମାନେ ବେଆଇନ ମଦ ପ୍ରସ୍ତୁତ ,ବିକ୍ରୟ କରିବା ,ମାଲେମାଲ ହେବା ନିଶା ଘାରିଛି ।ଗାଁ ଗଣ୍ଡାର‌ ବେକାର ଯୁବକମାନଙ୍କୁ ହାତ କରି ଵିଭିନ୍ନ‌ ରାଜନୈତିକ ଦଳର ପ୍ରୋତ୍ସାହନ ପାଇ ଚୋରା ମଦ କାରବାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ।କରୋନା ପରଠାରୁ ଚୋରା ମଦ କାରବାର ଦୃତ ଗତିରେ ବଢ଼ି ଚାଲିଛି ।ଅବକାରୀ ବିଭାଗ,ପୋଲିସ ବିଭାଗ ଯେତେ କଠୋର‌ ହେଲେଵିମାଫିଆ ମାନଙ୍କର ଭୃକ୍ଷେପ ନାହିଁ କି ଭୟ ନାହିଁ। ଆଇନର ଗଳାବାଟ ଦେଇ ବେଲ ପାଇବାଟା ଅତି ସହଜ ହୋଇ ଯାଉଥିବାରୁ ସେମାନଙ୍କ ସାହସ ବଢି ଚାଲିଛି ।କେଶ ମାମଲା,ଥାନା ପିଣ୍ଢା,ଅବକାରୀ ପିଣ୍ଢାକୁ ଭୟ ନାହିଁ ସେମାନଙ୍କର ।ଅପରପକ୍ଷରେ ପୋଲିସ ବିଭାଗ ଏଵଂ‌ ଅଵକାରୀ ବିଭାଗରେ କର୍ମଚାରୀ ମରୁଡି ।ତେଣୁ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ପାରୁ ପର୍ଯ୍ୟନ୍ତ ଚଢ଼ାଉ କରାଯାଉଛି ।ଆଜି ରାଇରଙ୍ଗପୁର ଅବକାରୀ ଉପ ଅଧୀକ୍ଷକ ଶ୍ରୀ ସୌମ୍ଯ ରଞ୍ଜନ ଵେହେରାଙ୍କ ତତ୍ବାବଧାନରେ ରାଇରଙ୍ଗପୁର,ବିଶୋଇ, ଵହଳଦା,ଯଶିପୁର,କରଞ୍ଜିଆ, ଏବଂ ଠାକୁରମୁଣ୍ଡା ଅବକାରୀ ଥାନାଧିକାରୀ ମାନେ ମିଳିତ ଭାବେ ତେଣ୍ଟପୋଷୀ ଏବଂ ପିଠାକୁଟୁଣୀ ଗ୍ରାମ୍ୟ ଜଙ୍ଗଲରେ ବେଧଡକ ଚୋରା ମଦ ରୋଷେଇ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ।ଘଟଣାସ୍ଥଳରୁ ୩୪୦ ଲିଟର‌ଦେଶୀ ରନ୍ଧାମଦ,୫୨୦୦ ମହୁଲ ପୋତି,ମଦ ସାମଗ୍ରୀ ,ଜବତ କରିଥିଲେ ।ଚଢ଼ାଉ ସମୟରେ ମଦ ମାଫିଆମାନେ ଜାଣିପାରି ପ୍ରାଣ ବିକଳରେ ଜଙ୍ଗଲ ଭିତରକୁ ପଳାଇଯାଇ ଲୁଚି ଯାଇଥିଲେ ।ଘଟଣାକୁ ଅବକାରୀ ବିଭାଗ ତରଫରୁ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ‌ ଵିଶ୍ବାଳ ମସିହା ନିଉଜ

Related posts

ନୂଆପଡ଼ା ଅବକାରୀ ବିଭାଗର ଚଢ଼ାଉ : ୧୬ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Sunil Chandra Nayak

ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ , ବାଡ଼େଇ ବାଡ଼େଇ ମା କୁ ହତ୍ୟା

Sunil Chandra Nayak

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

Leave a Comment

error: Content is protected !!