ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ବଂଶୀଧର ଦାସଙ୍କ ପରଲୋକ

ଧର୍ମଗଡ଼ ର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ବଂଶୀଧର ଦାସଙ୍କ ପରଲୋକ

ଧର୍ମଗଡ଼ ର ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ବଂଶୀଧର ଦାସଙ୍କ ପରଲୋକ ଘଟିଛି।ସ୍ଵର୍ଗତ ଦାସ ୭୦ ଦଶକରେ ଧର୍ମଗଡ଼ ରେ ଗ୍ରାମ ପଞ୍ଚାୟତ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ।

ସ୍ଵର୍ଗତ ଦାସ ଶ୍ରୀସତ୍ୟସାଇ ବାବାଙ୍କ ଜଣେ ପ୍ରଖ୍ୟାତ ଭକ୍ତ, ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବାସିନ୍ଦା ସ୍ୱର୍ଗତ ବଂଶୀଧର ଦାସ ବାର୍ଦ୍ଧକ୍ୟଜନିତ କାରଣରୁ ୯୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ସେ ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର A-006 ନମ୍ବର କୋଠାରେ ବାସ କରୁଥିଲେ।ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କର ଜଣେ ନିଷ୍ଠାବାନ୍ ଭକ୍ତ ଭାବେ ସେ ବେଶ୍ ଆଦରଣୀୟ ଥିଲେ ଏବଂ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ସାଇଭକ୍ତ ଓ ପରିବାରବର୍ଗ ଏକାଠି ହୋଇଥିଲେ।

ସତ୍ୟନଗର ଶ୍ମଶାନରେ ତାଙ୍କର ପାର୍ଥିବ ଶରୀରର ସଂସ୍କାର କରାଯାଇଥିଲା। ତାଙ୍କର ସାନ ପୁଅ, ଅବସରପ୍ରାପ୍ତ ଓଏଫ୍ଏସ୍ (OFS) ଅଧିକାରୀ ସଞ୍ଜୟ ଦାସ ମୁଖାଗ୍ନି ଦେଇଥିଲେ। ତାଙ୍କର ବଡ଼ ପୁଅ ବିଜୟ ଦାସ ଆମେରିକାରେ ରହୁଥିବାରୁ ସମୟରେ ପହଞ୍ଚି ପାରି ନଥିଲେ।

ସେ ତାଙ୍କର ଧର୍ମପତ୍ନୀ ସ୍ନେହଲତା ଦାସ, ଝିଅ ଅମିତା ମହାନ୍ତି ଏବଂ ବହୁ ବନ୍ଧୁବାନ୍ଧବ, ଶୁଭେଚ୍ଛୁ ଓ ସମ୍ପର୍କୀୟଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଥାନା ଅଧିକାରିଣୀ ଶ୍ୱେତା ପଦ୍ମା ସେଠଙ୍କୁ ଥାନାରେ ବିଦାୟକାଳିନ ସମ୍ବର୍ଦ୍ଧନା ସଭା 

masiha

ଜୁନାଗଡ଼ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!