ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଡ଼ା ବିଶ୍ଵନାଥ କର ଙ୍କ ମାତୃ ବିୟୋଗ 

ସମାଜସେବୀ ଡ଼ା ବିଶ୍ଵନାଥ କର ଙ୍କ ମାତୃ ବିୟୋଗ 

ଜୁନାଗଡ, ୪/୧୦/୨୬ (ମନୀସ) କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଡ଼ା ବିଶ୍ୱନାଥ କର ଙ୍କ ମାତା ଲକ୍ଷ୍ମୀ ଦେବୀ ଙ୍କ ୯୧ ବର୍ଷ ବୟସରେ ଗତ ତା ୩/୧୦/୨୬ ରିଖ ସନ୍ଧ୍ୟା ସମୟରେ ତାଙ୍କ ଜୁନାଗଡ ସ୍ଥିତ ବାସଭବନ ରେ ମୃତ୍ୟୁ ବରଣ କରିଛନ୍ତି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ସକାଳ ୭ ଘଣ୍ଟା ସମୟରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭଯାତ୍ରାରେ ବାହାରି ତାଙ୍କ କର୍ମଭୂମି ଚିକିଲି ଗ୍ରାମକୁ ନିଆଗଲା, ଉକ୍ତ ଶୋଭାଯାତ୍ରାରେ ଅଞ୍ଚଳର ଶହ ଶହ ଲୋକ ସାମିଲ୍ ହୋଇଥିଲେ । ତାଙ୍କ ସୁପୁତ୍ର ଡ଼ା ବିଶ୍ୱନାଥ କର ମୁଖାଗ୍ନି ଦେଇଥିବା ବେଳେ ଉକ୍ତ କାର୍ଯ୍ୟ କ୍ରମରେ ବହୁଲୋକ ଓ ସମ୍ପର୍କୀୟ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ । ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ଦିବ୍ୟଶଙ୍କର ମିଶ୍ର, କେ ଭି ସିଂହ ଦେଓ, ମାହେଶ୍ୱରୀ ଦାସ, ନେପାଳ ଚନ୍ଦ୍ର ବାଗ ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଶୋକ ବ୍ୟକ୍ତ କରିଛନ୍ତି। ପ୍ରକାଶ ଥାଉକି ସ୍ୱର୍ଗତ ଲକ୍ଷ୍ମୀ ଦେବୀ ଜଣେ ପରୋପକାରୀ, ଦରଦୀ, ଧର୍ମ ପରାୟଣ ଓ ମିଷ୍ଟଭାଷୀ ମହିଳା ଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ

Sunil Chandra Nayak

ତାଳଚେର ବିମଳାଗଡ ରେଳପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

Sunil Chandra Nayak

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

Sunil Chandra Nayak

Leave a Comment

error: Content is protected !!