ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ଡାବୁଗାଁ, ୨୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ଅଧୀନ ସରlଗୁଡା ଗ୍ରାମ ଠାରେ ମଙ୍ଗଳବାର ମହାସମାରୋହରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଗ୍ରାମର ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚ୍ଚି ଗ୍ରାମ ପରିକ୍ରମା କରି ମା ପେଣ୍ଡ୍ରାଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଜଗଦୀଶ ପୁଝାରୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା l ପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ କୋରାପୁଟ ଜିଲାର କୋଟପାଡ ବ୍ଲକ ଅଧୀନ ଶୁଣ୍ଢୀଗୁଡା ଗ୍ରାମର ମା ମାଁ ଦନ୍ତେଶ୍ଵରୀ ନାଟ୍ୟ ସଂଘ କର୍ଣ୍ଣ ଗୁରୁ ଙ୍କ ” ଭଲ ପାଉଥିଲି କାହିଁକି” ନାଟକ ପ୍ରଦର୍ଶନ କରାଯାଇଛି l ଉକ୍ତ ଯାତ୍ରାର କମିଟି ମଧ୍ୟରେ କପୁର ଚନ୍ଦ୍ର ମାଝି, ଲାଇବନ ଭତ୍ରା, ଚୈତନ୍ୟ ଭତ୍ରା, ଚନ୍ଦ୍ର ଭତ୍ରା, ଶୁକଦେବ ଭତ୍ରା, କୈଳାଶ ମାଝି, ସଦା ଭତ୍ରା, ଅଭି ଭତ୍ରା, ନରହରି ପୂଜାରୀ, ସନlଧର ଭତ୍ରା, ନରସିଂ ଭତ୍ରା, ଗୁରୁବାରୁ ଭତ୍ରା, ପଦମସାଏ ଭତ୍ରା, ଭଇସୁ ଗୌଡ ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା l ଉକ୍ତ ଯାତ୍ରା ପ୍ରତି ବର୍ଷ ସରlଗୁଡା, ଝାଲିଆଗୁଡl ଓ କେନ୍ଦୁଗୁଡl ୩ ଟି ଗ୍ରାମ ମିଶି କାହିଁ ଆଦିମ କାଳରୁ ହୋଇ ଆସୁଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

masiha

ଜଳବନ୍ଦୀ ଜୀବନରୁ ତ୍ରାହି ପାଇବେ ଇଦ୍ରାବତୀ ବୁଡି ଅଞ୍ଚଳ ବାସୀ

Leave a Comment

error: Content is protected !!