ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ ରକ୍ତଦାନ ଶିବିର ଆୟୋଜିତ 

ଜୁନାଗଡ଼:-(୨୫/୧୧):-କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସଭାପତି ନବରତ୍ନ ରାଉତ , ସମ୍ମାନିତ ଅତିଥି ଭାବେ ଇଂ ପ୍ରିୟବ୍ରତ ସିପକା, ଜିଲ୍ଲା ଆବାହକ ସଂପାଦକ ସଂଜିବ କୁମାର ସାହୁ, ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ମହାବିଦ୍ୟାଳୟ ଉପାଧ୍ୟକ୍ଷ ନବୀନ ଚନ୍ଦ୍ର ମେହେର ଉପସ୍ଥିତ ଥାଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଶିବିରର ଦ୍ବିତୀୟ ଦିବସରେ ଜଳବାୟୁ ପରିବର୍ତ୍ତନ ଉପରେ ଅଧ୍ୟାପକ ସରୋଜ କୁମାର ପଣ୍ଡା, ପ୍ରାଥମିକ ଚିକିତ୍ସା ଉପରେ ଶାନ୍ତନୁ କୁମାର ପରିଡ଼ା ଓ ମୋହନ ଚରଣ ବିଷି ଏବଂ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ପ୍ରଶିକ୍ଷକ ଭାବରେ ଉପସ୍ଥିତ ରହି ପ୍ରଶିକ୍ଷଣ ଓ ପ୍ରଦର୍ଶନ କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ସ୍ୱାଇଁ ,ଗୋବିନ୍ଦ ସାହୁ ,ନବ କୃଷ୍ଣ ସାହୁ, ଲକ୍ଷଣ କୁମାର ସାହୁ,ଶଙ୍କର ମେହେର ,ତୁଳାରାମ ଚଣ୍ଡୀ ,ମନୋଜ କୁମାର ସାହୁ,ବିକାଶ ରଞ୍ଜନ ନାୟକ ,ଲସବ ସେଠିଆ, ସରୋଜ ଲିମଗୋଛିଆ, ଦେବେନ୍ଦ୍ର କୁମାର ବିଶି,ଭେଙ୍କଟ ରମଣ ସାହୁ, ନରେନ୍ଦ୍ର ବନ୍ଜାରା,ଦିପା ମାଝୀ, ସିମା ପୋଡ଼ ,ବାଦଲ ବାଗ, ଶରତ କୁମାର ତାଣ୍ଡି , ହିମାଂଶୁ ନାଗ,ଦଶରଥ ନାଏକ, ହିମାଂଶୁ ସେନାପତି, ଅମ୍ରେଶ ନେଗି, ଲିପିକା ବାଗ,ତନ୍ମୟ କୁମାର ପଣ୍ଡା ପ୍ରମୁଖ ରକ୍ତଦାନ କରିଥିଲେ।ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ଗୋବିନ୍ଦ ସାହୁଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଉପସ୍ଥିତ ଯୁବ ରେଡକ୍ରସ୍ ପରାମର୍ଶଦାତା ଏବଂ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଶା ରକ୍ତ କେନ୍ଦ୍ର ଧର୍ମଗଡରୁ ଏଲଟି ଗଜାନନ ବେହେରା, ନିଗମାନନ୍ଦ ଗୋପାଳ, ଡମ୍ବରୁଧର ମେହେର, ପଞ୍ଚାନନ ମାଳୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ଏବଂ ଏହି ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପ୍ରିୟ ନମିତା ନାଏକ

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

Leave a Comment

error: Content is protected !!