ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଟ୍ରାକ୍ଟର ଧକ୍କାରେ ଶିଶୁ କନ୍ୟା ମୃତ

ଘଟଣା ସ୍ଥଳରେ ଉତ୍ତେଜନା

ବସ୍ତା,୨୫।୪ : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶାସନ ଗ୍ରାମରେ ଗୁରୁବାର ଅପରାହ୍ନରେ ରାସ୍ତା କଡରେ ଜଣେ ମା’ ନିଜର ଶିଶୁ କନ୍ଯାକୁ ଧରି ଛିଡା ହୋଇଥିବା ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଝିଅର ମୃତ୍ଯୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି। ଘଟଣା ଅନୁସାରେ ଏହି ଥାନା ଅଧୀନସ୍ଥ ପଣସା ଗ୍ରାମର ରସ୍ମିତା ମାହାର ଶାସନ ଗ୍ରାମରେ ଥିବା ନିଜର ସର୍ମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ଗୁରୁବାର ଅପରାହ୍ନରେ ନିଜର ଦେଢ ବର୍ଷର ଶିଶୁ କନ୍ଯାକୁ ଧରି ରାସ୍ତା କଡରେ ଛିଡା ହୋଇଥିଲେ।ଏହି ସମୟରେ ହଠାତ୍ ଏକ ନମ୍ବର ବିହୀନ ଟ୍ରାକ୍ଟର ଦ୍ରୂତଗତିରେ ଆସି ଉଭୟ ମା ଝିଅଙ୍କୁ ଧକ୍କା ଦେଇ ଥିଲା।ଘଟଣା ସ୍ଥଳରେ ଝିଅ ପୂଜା ମାହାରଙ୍କ ମୃତ୍ଯୁ ହୋଇଥିବା ବେଳେ ରସ୍ମିତା ଗୁରୁତର ହୋଇ ଥିଲେ। ସ୍ଥାନୀୟ ଲୋକେ ରସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରାଇଥିବା ବେଳେ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।ଉତ୍ଯକ୍ତ ଲୋକେ ଟ୍ରାକ୍ଟର ସମେତ ଡ୍ରାଇଭରକୁ ଅଟକ ରଖିଥିଲେ।ଅତ୍ୟଧିକ ଉତ୍ତେଜନା ପ୍ରକାଶ ପାଇବାରୁ ସିଂଲା ପୁଲିସ ସହ ବସ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।ଖବର ପାଇ ପାଉଁଶକୁଲି ସରପଞ୍ଚଙ୍କ ସ୍ବାମୀ ଶିଶିର କୁମାର ସେନାପତି ଓ ତାଡ଼ଦା ସରପଞ୍ଚ ପ୍ରଭାତ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।ଅଟକ ଟ୍ରାକ୍ଟର ଓ ଡ଼୍ରାଇଭରକୁ ସିଂଲା ପୁଲିସ ନିଜ ହେବାଜତକୁ ନେଇ ପୂଜାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।ତେବେ ଆଜିର ଘଟଣା ନୂଆ ନୁହଁ।ଏହା ପୂର୍ବରୁ ଏହିଭଳି ନମ୍ବର ବିହୀନ ଟ୍ରାକ୍ଟରରେ ବେଆଇନ ବାଲି ପରିବହନ ଯୋଗୁଁ ଅନେକ ଦୁର୍ଘଟଣାମାନ ଘଟିଥିବାର ନଜିର ରହିଛି।ପ୍ରଶାସନର ଲଗାମ ଛାଡ଼୍ ନୀତି ପାଇଁ ବାଲି ମାଫିଆମାନେ ବିନା କାଗଜପତ୍ର ଓ ଡ଼୍ରାଇଭରର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେଣୁ ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

__—————————————————

ଝାଡ଼ଖଣ୍ଡି ହାତୀ ପଲ ଆତଙ୍କ, ଭୟବିତ ଅଂଚଳବାସୀ 

ବସ୍ତା,24/04: ବାଲେଶ୍ୱର ଏବଂ ମୟୁରଭଞ୍ଜ ସିମାନ୍ତରେ ଝାଡ଼ଖଣ୍ଡି ହାତୀପଲ ଉପଦ୍ରଵ ଦେଖିବାକୁ ମିଳିଛି,ବୁଧବାର ରାତି ସମୟରେ ବସ୍ତା ବ୍ଲକ ଅନ୍ତର୍ଗତ ହଦମୌଦ ଗ୍ରାମରେ ଚାଷ ଜମି କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି ,ତେବେ ଏହି ହାତୀପଲ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି,ହାତୀପଲ ଦିନରେ ଜଙ୍ଗଳରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ କ୍ଷତିକରିବା ସହିତ ଘର ଭାଙ୍ଗି ଲୋକଙ୍କୁ ଆକ୍ରମଣ କରୁଥିବା ବାରମ୍ବାର ଘଟୁଛି,ତେବେ ବନ ବିଭାଗ ଏହି ହାତୀ ଘଉଡାଇକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

====..======..=================

ପୋଲର ବାଡ଼ କୁ ଧକ୍କା ଦେଲା ବାଇକ, ଚାଳକ ଆହାତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, 25/04 : ବସ୍ତା ଥାନା ଅନ୍ତର୍ଗତ ଗୁରୁବାର ରାତି ସମୟରେ ଗାନ୍ଧିଛକ ନିକଟରେ ପୋଲର ବାଡ଼ କୁ ଧକ୍କା ଦେଲା ବାଇକ, ଚାଳକ ଆହାତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ବସ୍ତାରୁ ବାହାରି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଗାନ୍ଧିଛକ ନିକଟରେ ଭାରସାମ୍ୟ ହରାଇ ପୋଲ ବାଡ଼ କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ବାଇକ ଚାଳକ ଛିଟିକି ପଡ଼ିଥିଲେ l ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ବାଇକ ଚାଳକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଆହତ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ l

============================

ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,24/04 : ରୁପ୍ସା ଥାନା 60 ନମ୍ବର ଜାତୀୟ ରାଜପଥର ଗୁରୁବାର ରାତି ସମୟରେ ରୁପ୍ସା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ପିକଅପ, ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ପିକଅପଟି ପଶ୍ଚିମବଙ୍ଗରୁ ବାହାରି ବାଲେଶ୍ୱର ଅଭିମୁଖେ ଯାଉଥିବା ରୁପ୍ସା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିପଡିଥିଲା l ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପୋଲିସ ପହଂଚି ଉକ୍ତ ପିକଅପକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛନ୍ତି।

=======.=======.============

ଭେଲୁରା ନିକଟରେ ଛିଡା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,25/04 ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଗୁରୁବାର ରାତି ସମୟରେ ଭେଲୁରା ନିକଟରେ ଛିଡା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନା ଅନୁଯାୟୀ ଭେଲୁରା ନିକଟରେ ଏକ ଟ୍ରକ ଭେଲୁରା ନିକଟରେ ଛିଡା ହୋଇଥିବା ବେଳେ ପଛରୁ ବାଲେଶ୍ୱର ପଟୁ ଏକ ଦ୍ରୁତଗାମୀ ପିକଅପ ଆସି ଉକ୍ତ ଟ୍ରକ ଧକ୍କା ଦେଇଥିଲା ଫଳରେ ଉକ୍ତ ଟ୍ରକ ଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପିକଅପ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରୀ ରଖିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

masiha

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort