ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ଅଲେଖ ମହିମା ମଠ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର କଣ୍ଡିରିପଦର ଗ୍ରାମରେ ଅବସ୍ଥାପିତ ଥିବା ଅଲେଖ ମହିମା ମଠ ଏବେ ସମସ୍ୟା ଘେରରେ ରହିଛି । ଦୀର୍ଘ ବର୍ଷ ହେଲା ଏହି ମଠରେ ଗ୍ରାମର ଦିଲିପ ବାବା ମୁଖ ଦାୟିତ୍ୱ ବହନ କରି ଆସୁଛନ୍ତି ।ତାଙ୍କର ଚେଷ୍ଟା ଫଳରେ ସେ ଅଂଚଳରେ ଦିଲୀପ ବାବା ନାମରେ ବେଶ ପରିଚିତ । ତାଙ୍କ ଉଦ୍ୟମରେ ସେ ଗ୍ରାମରେ ଏକ ମଠ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଲୋକଙ୍କ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।ପ୍ରକାଶ ଥାଉକି ଦିଲିପ ବାବା ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ ଙ୍କ ସହ ଯୋଗାଯୋଗ କରି ଶ୍ରୀ ଦାସ ଙ୍କୁ ଏକ ଅଲେଖ ମହିମା ମଠ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ୫୦ ହଜାର ଟଙ୍କାର ଅନୁମୋଦନ କରିଥିଲେ ।ଏହା ପରେ ବବା ଏକ ଛୋଟିଆ ଘର କରିଥିଲେ ।ସେହି ସ୍ଥାନରେ ପ୍ରତିଦିନ ଭଜନ ,ସଂକୀର୍ତ୍ତନ ,ଯଜ୍ଞର ଆୟୋଜନ କରାଯାଇଥିଲା ।ଏପରିକି ଗ୍ରାମର ମଙ୍ଗଳ ସକେଶ ମଧ୍ୟ ମଠରେ ଆଲୋଚନା କରାଯାଉଥିଲା ।ମଠରେ ଲୋକଙ୍କ ଯିବା ଆସିବା ଚାଲୁ ରହିଲା ଏପରିକି ଯଜ୍ଞ ସମୟରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ବର୍ତ୍ତମାନ ତିଆରି ହୋଇଥିବା ଘର ଏବେ ନଷ୍ଟ ହେବାକୁ ବସିଲାଣି ।ଘର ଉପରେ ଖପର ଓ ଚାଲ ଦେଇ ଢଙ୍କ।ଯାଇଛି ।ଯାହା ଫଳରେ ଏବେ ଅନେକ ଅସୁବିଧା ଦେଖା ଦେଇଛି । ଏହି ମଠ ନିର୍ମାଣ ପାଇଁ ଦିଲିପ ବାବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ।ଏପରିକି ସ୍ଥାନୀୟ ସରପଞ୍ଚ ଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଇଛନ୍ତି ଏବଂ ମଠ ନିର୍ମାଣ ସହ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ମଠ ଚାରି ପଟେ ପାଚେରୀ ନିର୍ମାଣ ,ନଳକୂପ ଖନନ ,ଯଜ୍ଞ ମଣ୍ଡପ ଏବଂ ଧ୍ୱନି କୁଣ୍ଡ ନିର୍ମାଣ ହେଲେ ଏହି ଅଲେଖ ମହିମା ମଠର ସମସ୍ୟା ଗୁଡିକ ଦୂର ହେବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ କଣ୍ଡି ରି ପଦର ।ମଠର ସୁରକ୍ଷା ପାଇଁ ଆଗରୁ ଏକ କମିଟି ଗଠନ କରାଯାଇଛି ।ଯାହାକି ଏହି କମିଟି ଜରିଆରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି । ବର୍ତ୍ତମାନ ଏକ ନୂତନ କମିଟି ଗଠନ କରି ଏହି ମଠର ସମସ୍ତ ଦାୟିତ୍ୱ ସମ୍ପାଦନା କରିବା ପାଇଁ ଦିଲିପ ବାବା ପ୍ରକାଶ କରିଛନ୍ତି ।ମୁଣ୍ଡରା ଗୁଡା ପି ଇ ଓ ଆକାଶ କୁମାର ସାହୁ ଙ୍କୁ ଏବିଷୟରେ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି ।ମଠ ନିର୍ମାଣ ହେଲେ ଲୋକେ ସୁବିଧାରେ ଏବଂ ସହଜରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଗ୍ରାମବାସୀମାନେ କହିଛନ୍ତି ।ଏଣୁ ଏହି ଅଲେଖ ମହିମା ମଠ ନିର୍ମାଣ ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଅଲେଖ ମହିମା ମଠ କମିଟି ତରଫରୁ ଦାବି ହେଉଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲା ପଡିଆ ସମ୍ପର୍କିତ ଖେଳ ସମ୍ପନ୍ନ

masiha

ବ୍ରଜା ଘାତରେ କୁଶୁର୍ଲା ଗ୍ରାମର ବୃଦ୍ଧ ମୃତ 

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!