ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

ରୁପ୍ରା, ୨୯/୬ (ମନିସ) : କେସିଙ୍ଗା ବନାଞ୍ଚଳ ଅଧିନ କଶ୍ରୁପଡା ସେକ୍ସନର ହାତୀଖୋଜ ଓ ପଲମ ପଞ୍ଚାୟତର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ପୃଥକ୍ ଭାବରେ ଆଜି ଠାରୁ ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୁଇଦିନ ଧରି ଛତୁଚାଷ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହେଉଛି । ଉକ୍ତ ଶିବିର କେସିଙ୍ଗା ବନାଞ୍ଚଳ ଅଧିକାରୀ ଦୀନବନ୍ଧୁ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ଜଙ୍ଗଲ ଯୋଜନା କେସିଙ୍ଗା ଓ ଓଡିଶା ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱରର ତାଲିମ ଦାତା ଜଗଦୀଶ କିଶାନ, ଅବିନାଶ ପଧାନ ଓ ସଞ୍ଜିବ ବିଶ୍ବାଳ ପ୍ରମୁଖ ଉଭୟ କେନ୍ଦ୍ରରେ ତାଲିମ ପ୍ରଦାନ କରିଥିଲେ। ହାତୀଖୋଜ ଠାରେ ୫୪ ଜଣ ଯୁବକ/ଯୁବତୀ ଅଂଶ ଗ୍ରହଣ କରିଥିବା ବେଳେ ପଲମ ଠାରେ ୪୯ ଜଣ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ତାଲିମ ଶିବିରକୁ ପଲମ ଠାରେ ଆନୁଷ୍ଠାନିକ ଭାବରେ ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ବାଳ ଓ ହାତୀଖୋଜ ଠାରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ହାତୀଖୋଜ ବନ ସୁରକ୍ଷା ସମିତି ସଭାପତି ବେଦବର ସାହୁ, ସମିତି ସଭ୍ୟ ମିନା ନନ୍ଦ ଯୋଗ ଦେଇଥିବା ବେଳେ ପଲମ ଠାରେ ସମିତି ସଭାପତି ସୁବାଷ ଜାନି ଯୋଗଦେଇ ଉତ୍ସାହିତ କରିଥିଲେ । ଉକ୍ତ ତାଲିମ ଶିବିରକୁ ମିଳିତ ଭାବରେ ଜିଲ୍ଲା ବିକାଶ ତାଲିମ ସଂଯୋଜକ ରିକିରାମ୍ ପଟେଲ ଓ ଆମ ଜଙ୍ଗଲ ଯୋଜନା ଦଳପତି ହେମନ୍ତ ସାହୁ ଓ ଧିରୋଜ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ପରିଶେଷରେ ଆମ ଜଙ୍ଗଲ ଯୋଜନା ତଥା PNGO କର୍ମଚାରୀ ଧନ୍ୟବାଦ୍ ଦେଇଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

ରାଇରଙ୍ଗପୁରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକ

masiha

ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

masiha

Leave a Comment

error: Content is protected !!