ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ୍ ୪ର ବିଭିନ୍ନ ପ୍ରତିଯୋଗିତା ସମ୍ପନ୍ନ.

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ୍ ୪ର ବିଭିନ୍ନ ପ୍ରତିଯୋଗିତା ସମ୍ପନ୍ନ.

ରାଉରକେଲା: ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୪ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୩୧ ତାରିଖ ଓ ୧ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ମହିଳା ମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପ୍ରତିଯୋଗିତା କରାଯାଇଥିଲା । ୩୧ ତାରିଖ ଦିନ ପରିଚୟ, ତୁଳସୀ ପୂଜା,ଟ୍ୟାଲେଣ୍ଟ ଓ ପ୍ରଶ୍ନୋତ୍ତରୀ ଅଡିସନ ରହିଥିବାବେଳେ ୧ ତାରିଖ ଦିନ ରୋଷେଇ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗୀ ମାନେ ଘରୁ ଗୋଟିଏ ଲୁଣି ଓ ଗୋଟିଏ ମିଠା ଖାଦ୍ୟ ପ୍ରସ୍ତୁତ କରିଆଣିଥିଲେ । ବିଚାରକ ଭାବେ ମାଷ୍ଟର ସେଫ୍ ଭାବେ ପ୍ରସିଦ୍ଧ ଲାଭ କରିଥିବା ଅଞ୍ଜୁ ପ୍ରଧାନ ଓ ମଞ୍ଜୁ ଓଝା ଓରଫ୍ ଅଞ୍ଜୁ ମଞ୍ଜୁ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ବିଜେତା ମାନଙ୍କୁ ଆସନ୍ତା ୧୬ ତାରିଖ ଦିନ ସିଭିକ ସେଣ୍ଟର ଠାରେ ଗ୍ରାଣ୍ଡ ଫିନାଲେ ରେ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଝସକେତନ ମେହେର ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ନିରୁପମା ପାଣ୍ଡବ, ରାଜଶ୍ରୀ ପତି, ସ୍ମିତା ମିଶ୍ର, ମମତା ପତି,ଡ ଦୁର୍ଗେଶ ନନ୍ଦିନୀ ବିଶ୍ବାଳ,ପ୍ରମିତା ମହାପାତ୍ର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶଙ୍କର ଜେନା, ଉପଦେଷ୍ଟା ରଶ୍ମିତ ସାହାଣୀ, ପୃଷ୍ଠପୋଷକ ଲଳିତା ମୁଦାଲି,ସଭାପତି ମମତା ନାୟକ, ସମ୍ପାଦକ ଡ଼ଃ ସରିତା ମଲ୍ଲ, କାର୍ଯ୍ୟକ୍ରମର ସଂଯୋଜକ ସୁମିତା ମହାନ୍ତି, ଅଧ୍ୟକ୍ଷ ନିହାରିକା ବସ୍ତିଆ, ପ୍ରଣତୀ ପଟ୍ଟନାୟକ, ରେବତୀ ବାରିକ, ଶର୍ମିଲା ରାଜଗୁରୁ, ଶାନ୍ତିଲତା ବାରୀକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ, ଦେବସ୍ମିତା ଶତପଥୀ, ତପସ୍ଵିନୀ ପାତ୍ର, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ,ଅଞ୍ଜୁ ପାଣ୍ଡେ,ଲୁସି ଦାଶ,ମଞ୍ଜୁରାଣୀ ମେହେର,ଗୁଲଟି ପ୍ରଧାନ, ରଞ୍ଜିତା ଶତପଥୀ,ମନବତୀ ସାହୁ,ରିମି ଚକ୍ରବର୍ତ୍ତୀ, ମୀନତି ମୋଦୀ, ସୁନିତା ଶ୍ରିନିବାସନ, ମୀନାକ୍ଷୀ ପାଢ଼ୀ, ଗାୟତ୍ରୀ ମହାନ୍ତି, ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୟ ତ୍ରିରଙ୍ଗା ସାହିତ୍ୟ ସମାରୋହ

masiha

ମାନବିକତା ଦେଖାଇଲେ ଔପଦା ବିଡିଓ

masiha

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

Leave a Comment

error: Content is protected !!