ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ତ୍ରିରଙ୍ଗା ସାହିତ୍ୟ ସମାରୋହ

କଟକ : ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଶ୍ରୀ ରାମଚନ୍ଦ୍ର ଭବନ ଠାରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଜୟ ତ୍ରିରଙ୍ଗା ସାହିତ୍ୟ ସମାରୋହ ହର୍ଷ ଉଲ୍ଲାସରେ ଆୟୋଜିତ ହୋଇ ଯାଇଛି । ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ ଦେଶାତ୍ମବୋଧକ କବିତା ପାଠ ଏବଂ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ “ସ୍ଵାଧୀନତା ପୂର୍ବ ଏବଂ ପରବର୍ତ୍ତୀ ସାମାଜିକ ସ୍ୱର” ପ୍ରସଙ୍ଗରେ ଉପସ୍ଥିତ ଅତିଥି ମାନେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଆଲୋଚନା ଚକ୍ରାକୁ ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର କୁମର ବର ଦାସ ଉଦ୍ଘାଟନ କରି ସାମାଜିକ ବ୍ୟବସ୍ଥାର ସମତୁଲ ଭାବନା କାଳଜୟୀ ସାହିତ୍ୟ ସୃଷ୍ଟି କରିଥାଏ ବୋଲି ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀକାନ୍ତ ମହାପାତ୍ର, ମୁଖ୍ୟବକ୍ତା ଡ଼କ୍ଟର ବାସନ୍ତୀ ମହାନ୍ତି, ସମ୍ମାନିତ ବକ୍ତା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର, ସମ୍ମାନିତ ଅତିଥି ଦିପାୟନ ପଟ୍ଟନାୟକ, ବିପିନ ବିହାରୀ ବାରିକ, ସଂହିତା ମହାନ୍ତି, ଲଳିତେନ୍ଦୁ ପଲାଉରି, ସତ୍ୟ ପ୍ରକାଶ କର, ଗୀତାଞ୍ଜଳି ପୃଷ୍ଟି, ବିଜୟା ଖୁଣ୍ଟିଆ, ସମ୍ପଦ କୁମାର ରଥ, ସରୋଜିନୀ ରଥ , ପଣ୍ଡିତ ନୀଳକଣ୍ଠ ରାଉତ୍ ଏବଂ କମଳାକାନ୍ତ ଦାସ ଯୋଗଦେଇ ସ୍ବାଧୀନତାର ଅମୃତମୟ ସମୟକୁ ବ୍ୟାଖ୍ୟା କରିଥିଲେ ।ଜୟଶ୍ରୀ ପଟ୍ଟନାୟକ ଏବଂ ସୁରଭି ଦ୍ବିବେଦୀ ମଞ୍ଚ ପରିଚାଳନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ର ଉପସଭାପତି ଡ଼କ୍ଟର ସଂଗ୍ରାମ ଜେନା ସଭାପତି ହିସାବରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ସହିତ ସମ୍ପର୍କକୁ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ । କବି ନିକୁଞ୍ଜ କୁମାର ଘୋଷ ଙ୍କ ପୁସ୍ତକ ଅବ୍ୟକ୍ତ ବ୍ୟଥା ର ଶୁଭ ଉନ୍ମୋଚନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନବଦୁର୍ଗା ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟ ତିନୋଟି ଦେଶାତ୍ମବୋଧକ ସଙ୍ଗୀତରେ ଚିତ୍ତାକର୍ଶକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ପାଠ କରିଥିଲେ । ଶତାଧିକ କବି ସ୍ୱ ରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ ।ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ବାହାର ରାଜ୍ୟରୁ ଆସିଥିବା ତିନିଶହ ପଚାଶରୁ ଉର୍ଦ୍ଧ୍ବ କବି , କବୟିତ୍ରୀ , ସାମ୍ବାଦିକ ଏବଂ ସମାଜସେବୀ ମନଙ୍କୁ ତ୍ରିରଙ୍ଗା ସେବା ସମ୍ମାନ, ତ୍ରିରଙ୍ଗା କବି/କବୀ ପ୍ରଦୀପ ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଗର କୁମାର ସାମନ୍ତରାୟ, ଜନ ରଞ୍ଜନ ପ୍ରଧାନ, ଶୁଭବ୍ରତ ମହାପାତ୍ର, ସସ୍ମିତା ପଟ୍ଟନାୟକ, ପ୍ରିୟବ୍ରତ ଦେହୁରୀ, ରମାକାନ୍ତ ରାଉତ୍ , ଛବିରାମ ସେଠୀ , ସୁରେନ୍ଦ୍ର ମହାପାତ୍ର ଏବଂ ବିଦ୍ୟାଧର ଖଟୁଆ ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ । ସୁରଭି ଦ୍ବିବେଦୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧାନ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ ଜିଲ୍ଲାପାଳ ଓ ବିଧାୟକଙ୍କୁ କଲେ ଅଭିଯୋଗ

Sunil Chandra Nayak

ନବରଙ୍ଗପୁର ସାଂସଦ ଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଚାରା ବୃକ୍ଷ ରୋପଣ 

masiha

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!