ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣଜୟନ୍ତୀ ଆସନ୍ତା ୯ ରୁ…

୧୨ତାରିଖରେ ଯୋଗଦେବେ ମହାମହିମ ରାଜ୍ୟପାଳ ଡଃ ଗଣେଶୀଲାଲ….

ରାଉରକେଲା/ ସେକ୍ଟର ୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ସୁବର୍ଣ୍ଣ ଓ ୧୦ମ ଆଞ୍ଚଳିକ ସ୍ବାସ୍ଥ୍ୟ ସମ୍ମିଳନୀ ଆସନ୍ତା ୯ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ପାଳିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସୂଚନା ଅନୁଯାୟୀ ଏହି ୪ଦିନିଆ କାର୍ଯ୍ୟକ୍ରମରେ ଶେଷ ଦିନ ମହାମହିମ ରାଜ୍ୟପାଳ ଡଃ ଗଣେଶୀଲାଲ ଶ୍ରୀଅରବିନ୍ଦ ଙ୍କ ଆବକ୍ଷ ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରିବା ସହ ଶିକ୍ଷାର ମୂଲ୍ୟବୋଧ ସଂପର୍କରେ ବକ୍ତବ୍ଯ ରଖିବେ। ସେହିପରି ବିଭିନ୍ନ ଦିନରେ ଶ୍ରୀଅରବିନ୍ଦଙ୍କ ଭାଷ୍ୟକାର ଆଲୋକ ପାଣ୍ଡେ, ସବିତା ମେମୋରିଆଲ ଗୃପ ଅଫ ଇନଷ୍ଟିଚ୍ୟୁଟ୍ ର ପ୍ରଫେସର୍ ଯୋଗେଶ ମୋହନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ସହ ନୂତନ ଦିଗନ୍ତ ଦେବା ପାଇଁ ପ୍ରଚେଷ୍ଟା କରିବେ। ସେହିପରି ବିଭିନ୍ନ ଦିନରେ ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର, ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ,ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ଭୁବନେଶ୍ବର ଓୟୁଟିଆର ର କୁଳପତି ପ୍ରଫେସର ବି ବି ବିଶ୍ବାଳ, ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ପି କେ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ସଭାପତି ଡଃ ଜ୍ୟୋସ୍ନା ପଟ୍ଟନାୟକ, ସଂପାଦକ ଡାକ୍ତର ପ୍ରଶାନ୍ତ ପାତ୍ର, ବିଦ୍ୟାଳୟର ଅଧ୍ୟକ୍ଷ ଗୋଦିବରୀଶ ପଢିଆରୀ, ଡଃ କିଶୋରୀ ଦାଶ, କ୍ଷୀତିଶ ଉଦଗାଥା, ଭାଗିରଥି ପାଣିଗ୍ରାହୀ, ପ୍ରତିମା ମହାପାତ୍ର ଓ ହିମାଂଶୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ, ଯୋଗାଭ୍ୟାସ ଆଦି କାର୍ଯ୍ୟକ୍ରମ କରାଯିବ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

masiha

ସ୍ବାମୀଙ୍କ ସହିତ ବାଣପୁର ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ଆସି ପଡିଆ ମଧ୍ୟରୁ ସ୍ତ୍ରୀ ଫେରାର !!!

Sunil Chandra Nayak

ଜୁନାଗଡ଼ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!