ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଜିଲ୍ଲାପାଳ ଶୁଣିଲେ ୪୪ ଗୋଟି ଅଭିଯୋଗ

ବନ୍ଧୁଗାଁ: ୮/୫/୨୩ // ,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଭା ଗୃହ ଠାରେ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକାଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ହୋଇ ଯାଇଛି । ବ୍ଳକ୍ ର ସମସ୍ତ ଲାଇନ୍ ବିଭାଗ ଅଧିକାରୀ  ଅଭିଯୋଗ ଶୁଣାଣି ରେ ଉପସ୍ଥିତ ରହି ଥିଲେ।ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ଗ୍ରାମବାସୀ ମାନେ ଅଭିଯୋଗ ଶୁଣାଣିରେ ଆସି ନିଜ ନିଜର ବ୍ୟକ୍ତି ଗତ ଓ ସାମୁହିକ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ୪୪ ଟି ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ପାଖକୁ ବନ୍ଧୁଗାଁ ବ୍ଲକର ଅନେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଆର ଏଣ୍ଡ ବି କୁ ହସ୍ତାନ୍ତର, ଅଧାରେ ନିର୍ମାଣ ହୋଇ ଅଟକି ଥିବା କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ, ନୂତନ ଭାବେ ଗେଷ୍ଟ ହାଉସ ନିର୍ମାଣ, ବିଏସଏନଏଲ ନେଟ ୱାର୍କ ବନ୍ଦ ରହିବା ଓ ଜିଓ ନେଟ ୱାର୍କ ସେବା କାର୍ଯ୍ୟ ଆରମ୍ଭ କରିବା, ନିଲାବାଡି ରୁ କାନାଗାଁ ପର୍ଯ୍ୟନ୍ତ ଫେବରବ୍ଲକ ରାସ୍ତା ନିର୍ମାଣ, ଗୋତିପୁଟ ଗାଁ କୁ ଯିବା ପାଇଁ ଝଞ୍ଜାବତି ନଦୀରେ ବ୍ରିଜ ନିର୍ମାଣ, ଏମ୍ ହେଚ୍ ୟୁ ୯ ଠାରେ ଆବଶ୍ୟକ ଷ୍ଟାଫ୍ ଦେବା,ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗାଇବା, ଆଲମଣ୍ଡା ଓ ବନ୍ଧୁଗାଁ ଆର୍ ଆଇ ଙ୍କୁ ଅନ୍ୟତ୍ର ବଦଳି କରିବା ଓ ଅନେକ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ନଷ୍ଟ ହୋଇ ରହିଛି ଯାହାଦ୍ୱାରା ଲୋକ ଯିବା ଆସିବା କଷ୍ଟକର ହେଉଛି। ଏହା ସହିତ ଜିଲ୍ଲାପାଳ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ନୂତନ ଭାବେ ନିର୍ମାଣ ହେଉଥିବା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ବୁଲି ଦେଖି ଅନେକ କାମ କରିବା ପାଇଁ ଆଦେଶ ଦେଇଥିଲେ। ଏହା ପରେ ସାନସରପଲ୍ଲୀ ରୁ କାବ୍ରିବାଡି ପଞ୍ଚାୟତକୁ ଯିବା ପାଇଁ ରାସ୍ତା ଦେଇ କାବ୍ରିବାଡି କୁ ଯିବା ସମୟରେ ରାସ୍ତା ମଝିରେ ଥିବା ଗର୍ତ୍ତ ଦେଖି ଗାଡ଼ି ଗୁଡ଼ିକ ଆଗକୁ ଯାଇ ନ ପାରିବାରୁ ଜିଲ୍ଲାପାଳ ଫେରି ଆସିଥିଲେ।ଆଜି କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ରେ ଅନେକ ଅତି ଆବଶ୍ୟକ ଅଭିଯୋଗ ଗୁଡିକ ରହିଥିବାରୁ ଜିଲ୍ଲାପାଳ ଙ୍କ ଅଦେଶ ଓ ସାନ୍ତ୍ଵନା ମୂଳକ ପରାମର୍ଶ ଲୋକଙ୍କୁ ଖୁସି ଦେଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ସ୍ବତନ୍ତ୍ର ଅଧିବେଶନ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

ବ୍ରହ୍ମପୁର ଠାରୁ ଭବାନୀ ପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ 

Leave a Comment

error: Content is protected !!