ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ରାଉରକେଲା: ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ସେକ୍ଟର ୨ ଲାଲ୍ ଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳେ ମଣ୍ଡଳ ସଦସ୍ୟ ସୀମାଞ୍ଚଳ ବିଶ୍ବାଳ ବାସନ୍ତୀ କଲୋନୀ ସ୍ଥିତ ସମାଜ ଓ ମା ଖମ୍ବେଶ୍ଵରୀ ମନ୍ଦିର ରେ ଜାତୀୟ ପତାକା ଓ ପୂଜକ ଖଗେନ୍ଦ୍ର ଙ୍କ ଦ୍ଵାରା ମା’ଙ୍କ ପୂଜା ସ୍ଥଳରେ ଆସ୍ଥାନ ପ୍ରଦାନ କରାଯାଇଥିଲା। ମଣ୍ଡଳ ସଭାପତି ନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଅତିଥି ଓ ସମସ୍ତ ପଲ୍ଲୀ କମିଟିର ସଭାପତି ତଥା କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୂଳ ଧ୍ଵଜା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ନଗରପାଳ ନିହାର ରାୟ,ଧାମରା ସଂଘ ସମ୍ପାଦକ ଭଗବାନ ରାଉତ,ବାଣାୟତ ସମାଜର ସଭାପତି ଅଭିରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଐକ୍ୟବଦ୍ଧତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଭାକର ରାଉତ ଓ ବିପ୍ରଚରଣ ବିଶ୍ବାଳଙ୍କ ମଂଚ ପରିଚାଳନା ରେ ରାଜ୍ୟର ବିଭିନ୍ନ ମଣ୍ଡଳୀରୁ ଆସିଥିବା ଅତିଥି ମାନେ ନିଜ ନିଜର ସାଂଗଠନିକ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ପାଦକ ବାବୁଲା ଖଣ୍ଡୁଆଳ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ଜେନା, ସଂଗଠନ ସମ୍ପାଦକ ଉପେନ୍ଦ୍ର ନାୟକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସମାଜ ପ୍ରତି ଅବଦାନ ପାଇଁ ଇଂ ପ୍ରଭାକର ରାଉତ, କବିଚନ୍ଦ୍ର ରାଉତ, ଦୀନବନ୍ଧୁ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଭ୍ୟର୍ଥନା କମିଟିର ସଭାପତି ନିରଞ୍ଜନ ବିଶ୍ୱାଳ,ସାନୁଜ ନାୟକ,ସୁଜନ ବାରିକ, ଶଙ୍କର ମହାନ୍ତି, ରାକେଶ ନାୟକ, ଦିବାକର ନାୟକ, ପୁରୁଷୋତ୍ତମ ପାତ୍ର, ବୁଦ୍ଧିରାମ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ନାରାୟଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Sunil Chandra Nayak

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

Sunil Chandra Nayak

ନର୍ଲା ବ୍ଲକକୁ ଦୁର୍ନୀତି ମୁକ୍ତ କରିବାକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବୀ ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!