ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

ରାଉରକେଲା: ସେକ୍ଟର ୨୦ ମିଶ୍ର ଖଟାଲ ନେହେରୁ ପଲ୍ଲୀ ସ୍ଥିତ କଳିକା କେନ୍ଦ୍ର ଠାରେ ତ୍ରିଦିବସୀୟ କର୍ମୀ ସମ୍ମିଳନୀ ଆରମ୍ଭ ହୋଇଛି। ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କର୍ମଶାଳା ପ୍ରକଳ୍ପ ସଂଯୋଜକ ସତ୍ୟବାନ ବେହେରାଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ସମାଜସେବୀ ଗଣେଶ ଜୟସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। କ୍ରେଚ (ଶିଶୁ ସଦନ) ସ୍ଥାପନ ଏବଂ ପରିଚାଳନା ପାଇଁ କ୍ରେଚ କର୍ମୀମାନଙ୍କ ତାଲିମ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓମବାଡ,ଆଇସିଡିଏସ୍, ଓଡ଼ିଶା ସରକାର, ଅଙ୍ଗନବାଡି କେନ୍ଦ୍ର, ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ଓ ସାମାଜିକ ଅନୁଷ୍ଠାନ ନିୟତି ଫାଉଣ୍ଡେସନ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗରିବ ଶ୍ରେଣୀର, ଆର୍ଥିକ ଅନଗ୍ରସର ବର୍ଗର ଶିଶୁ ମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ବୋଲି ଜଣାପଡିଛି। ସାଧାରଣତଃ କର୍ମଜୀବୀ ମହିଳା ମାନେ ସେମାନଙ୍କ ଶିଶୁକୁ ସକାଳ ୮ ଟାରେ କଳିକା କେନ୍ଦ୍ରରେ ଛାଡି ଅପରାହ୍ନ ୪ଟାରେ କେନ୍ଦ୍ରରୁ ନେଇ ଯାଇପାରିବେ। ଏହି ସମ୍ମିଳନୀରେ କଳିକା କର୍ମୀ ମା ମାନେ ଶିଶୁ ମାନଙ୍କୁ ପରିସ୍କାର ପରିଚ୍ଛନ୍ନ,ପୃଷ୍ଟିକର ଖାଦ୍ୟ ଓ ଲାଳନପାଳନ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ରାଉତ ଓ ମୁଖ୍ୟ ବକ୍ତା ଶ୍ରୀ ଜୟସିଂହ ଏଥିପାଇଁ ମା ମାନଙ୍କୁ ଉତ୍ସାହିତ କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ମା ମାନେ ଆଗେଇ ଆସିଥିବାରୁ ସାଧୁବାଦ ଦେବାସହ ସେମାନଙ୍କ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।ଏସମ୍ପର୍କରେ ପ୍ରକଳ୍ପ ସଂଯୋଜକ ଶ୍ରୀ ସାହୁ କଳିକା କେନ୍ଦ୍ର ଆବଶ୍ୟକତା,୧୧୫ ଟି ନୂତନ କେନ୍ଦ୍ର,୨୩୦ କଳିକା କର୍ମୀ,ଏହା ଦ୍ବାରା କର୍ମନିଯୁକ୍ତି ସୁବିଧା, ଏହି କଳିକା କେନ୍ଦ୍ର ରେ ୨୩୦୦ ଶିଶୁ ଙ୍କ ଯତ୍ନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ୨୦ଟି କେନ୍ଦ୍ରର ୪୦ ଜଣ କଳିକା କର୍ମୀ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କଳିକା କର୍ମୀ ମାନେ ବିଭିନ୍ନ କେନ୍ଦ୍ର ବୁଲିବା ଓ ସେମାନଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଆହରଣ କରି ପାରିବେ। ଏହି ଅବସରରେ ସେକ୍ଟର ୨୧ର କଳିକା କର୍ମୀ ପାର୍ବତୀ କିଶାନ, ଗୋଲଘର ର ଶାନ୍ତିଲତା ପ୍ରଧାନ, କବିସମ୍ରାଟ ପଲ୍ଲୀର ସବିତା ବାରିକ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରକଳ୍ପ ପ୍ରବନ୍ଧକ ସୈ।ରଭ କୁମାର ପତି, ନୀରିକ୍ଷକ ଅବିନାଶ ସାମଲ ଓ ସୁମନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ

Sunil Chandra Nayak

ଅଟୋ ଗାଡି ଓଲଟି ୧୩ ଆହତ 

masiha

ଅତଡ଼ା ମାଟି ଚାପା ରେ ଯୁବକ ର ମୃତ୍ୟୁ 

masiha

Leave a Comment

error: Content is protected !!