ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ 

ଢେଙ୍କାନାଳ: ତା.୨୯.୦୧.୨୦୨୬ ରିଖ:( ) ସ୍ଥାନୀୟ ଶତାୟୁ,ପି.ଏମ୍.ଶ୍ରୀ.ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ କ୍ରୀଡ଼ାଙ୍ଗନରେ ଥିବା ସଭାମଞ୍ଚରେ ପ୍ରାତଃ ୧୦ ଘଟିକା ସମୟରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନାଙ୍କ ମାର୍ଗଦର୍ଶନ ଓ ନେତୃତ୍ବରେ, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ବଳିଷ୍ଠ ସଂଯୋଜନାରେ ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀତାବାଳା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଦ୍ଵିଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇଙ୍କ ମୁଖ୍ୟଅତିଥି ଭାବରେ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ନଳିନୀ ଦାସ,ସମ୍ପାଦକ,ଜିଲ୍ଲା କ୍ରୀଡ଼ା ସଂଘ, ଢେଙ୍କାନାଳ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ରାଷ୍ଟ୍ରପତି ସ୍କାଉଟ୍ ,ରାଜ୍ଯ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରାତଃ କାଳରେ ଏହି ଉପଲକ୍ଷେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ମଶାଲ ଶୋଭାଯାତ୍ରା କରାଯାଇ ମୁଖ୍ୟଅତିଥିଙ୍କ ଦ୍ଵାରା କ୍ରୀଡ଼ା ଉତ୍ସବର ଉଦ୍ ଘାଟନ କରାଯାଇଥିଲା। ମଞ୍ଚାସୀନ ଅତିଥି ବୃନ୍ଦ ସ୍ଵୀୟ ସ୍ଵୀୟ ଅଭିଭାଷଣରେ ବିଭିନ୍ନ ପ୍ରକାର କ୍ରୀଡ଼ାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କ୍ରୀଡ଼ା ଶିକ୍ଷା ଓ ବିଭିନ୍ନ ସହଶୈକ୍ଷିକ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପ ଗୁଡ଼ିକ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ବନ୍ଧୁତା,ସମ୍ମାନ ଓ ଉତ୍କର୍ଷତା ଆଦି ମହନୀୟ ମାନବୀୟ ଗୁଣଗୁଡ଼ିକୁ ବିକଶିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସୁତ୍ରଧର ହୋଇ ପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଏହି ଉପଲକ୍ଷେ ପ୍ରଥମଦିନ ସବ୍ ଜୁନିୟର୍,ଜୁନିୟର୍ ଓ ସିନିୟର୍ ବାଳିକା ଓ ବାଳକ ଆଦି ବିଭିନ୍ନ ବର୍ଗର ୧୦୦ମି,୨୦୦ମି, ୪୦୦ମି ଆଦି ଦୌଡ଼,ଲମ୍ବ ଡିଆଁ,ଉଚ୍ଚ ଡିଆଁ,ସଟ୍ ପୁଟ୍ ଓ ଡିସ୍ କସ୍ ଥ୍ରୋ,ସର୍ବ କନିଷ୍ଠ ଛାତ୍ରୀ,ଛାତ୍ରମାନଙ୍କ ପାଇଁ ମଧ୍ୟ ଛୁଞ୍ଚି ସୂତା ଓ ବାଟି ଚାମଚ୍,୫୦ମି ଓ ଗଣିତ ଦୌଡ଼ ଭଳି ଅନେକ ଆକର୍ଷଣୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଓ ଉତ୍ସବ ସମୟରେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ଡମ୍ ବେଲ୍ ନୃତ୍ୟ,ପମ୍ ପମ୍ ଡ୍ରିଲ୍ ଓ ଯୋଗାସନ ଭଳି ଅନେକ ଚିତ୍ତାକର୍ଷକ ବର୍ଣ୍ଣାଢ଼୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତ ଦର୍ଶକମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା। ସଭା ପ୍ରାରମ୍ଭରେ ଅତିଥିଵୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁମାନଙ୍କ ଦ୍ଵାରା ପୁଷ୍ପ ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସୁଲଳିତ ସୁମଧୁର କଣ୍ଠରେ ମଙ୍ଗଲାଚରଣ ଗାନ,କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ଶାନ୍ତି ପାଠ କାର୍ଯ୍ୟକ୍ରମ ସଂଯୋଜିକା ଭାବରେ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ ଓ ସଫଳ ଭାବରେ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ମଧ୍ଯ ପ୍ରଦାନ କରିଥିଲେ।ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟା, ସଦସ୍ୟ ବୃନ୍ଦ, ଶିକ୍ଷାର୍ଥୀ ମାନଙ୍କ ମାତା, ପିତା ତଥା ଅଭିଭାବିକା,ଅଭିଭାବକ ବୃନ୍ଦ, ଆଲୁମିନି ସଦସ୍ୟା, ସଦସ୍ୟ ବୃନ୍ଦ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀବୃନ୍ଦ ଓ ସର୍ବୋପରି ଅଂଶଗ୍ରହକାରୀ ଏନ୍ ସିସି,ସ୍କାଉଟ୍ ଓ ରେଡକ୍ରସ୍ ର ସ୍ୱେଚ୍ଛାସେବୀ ଛାତ୍ରୀ,ଛାତ୍ରବୃନ୍ଦଙ୍କ ମିଳିତ ପ୍ରେଚେଷ୍ଟା ତଥା ସହଯୋଗିତାରେ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସମ୍ଭବ ହୋଇପାରିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

Sunil Chandra Nayak

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!