ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

-ସନ୍ଧେହ ଘେରରେ ଗାଁ ସାଥୀ, ଜିଆରଏସ ଙ୍କ ଭୂମିକା

କାମାକ୍ଷାନଗର (ମନିସ)27/10/25 — ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକକୁ ଆକାଂକ୍ଷି ବ୍ଲକ ଭାବେ ମନୋନୀତ କରାଯାଇ ଅନ୍ୟ ବିକଶିତ ଅଞ୍ଚଳ ଭଳି ବିକାଶ କ୍ଷେତ୍ରରେ ଆଗେଇ ନେବାପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଅନେକ ଯୋଜନା ବାଟବଣା ହେଉଛି।କିଛି ଦିନ ତଳେ କଙ୍କଡ଼ାହାଡ଼ ବ୍ଲକ ଗୃହ ଠାରେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ନିଜେ କହିଥିଲେ ଦୁର୍ନୀତି କୁ ବରଦାସ୍ତ କରାଯିବ ନାହଁ କିନ୍ତୁ କିଛି ଦିନ ନ ଯାଉଣୁ ଖୋଦ ନିଜ ବ୍ଲକ ତଥା ବିଜେପି ସମର୍ଥିତ ଗଡ଼ପଳାଶୁଣୀ ଗ୍ରାମ ପଂଚାୟତ ର ସରପଞ୍ଚ ଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ କେମିତି ପୋଖରୀ ନ ଥାଇ ପୋଖରୀ ପୁନଃରୁଦ୍ଧାର କରାଗଲା ବିଧାୟକ ଙ୍କ କଥା ଏବେ ପାଲଟିଛି ପାଣିଗାର ସଦୃଶ।ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଜରଡ଼ା ଗାଁ ରେ କୌଣସି ପୋଖରୀ ନଥାଇ   ହୋଇଥିବା ବିଲ ସମ୍ପୂର୍ଣ ବେଆଇନି ଭାବେ ହୋଇଛି ବୋଲି ଅଭିଯୋଗ ହେଉଅଛି। ସୂଚନା ମୁତାବକ ଜରଡ଼ା ଗ୍ରାମରେ ଥିବା  ପାହାଡ ପାଦ ଦେଶରେ ଏକ ଜାଗାକୁ ସାମାନ୍ୟ ହୋଡା ଟେକି ଦେଇ ଦାଣ୍ଡି କିଆରୀ ପୋଖରୀକୁ ପୁନଃରୁଦ୍ଧାର ଦର୍ଶାଇ ମିଥ୍ୟା ବିଲ  ଜରଡ଼ା ରେ ଥିବା ଦାଣ୍ଡି କିଆରୀ ପୂଖରୀ ମନରେଗା ର ଅଫିସିଆଲ ୱେବସାଇଟ ର ତଥ୍ୟ ଅନୁଯାୟୀ ଯାହାର ୱାର୍କ କୋଡ଼ -2407005008/WH/10950787) ପାଇଁ ୩୨୨୧୪ ହଜାର ଟଙ୍କା ହଡପ ଅଭିଯୋଗ ଅନୁମାନ କରାଯାଉଛି ତାହାକୁ ତଦନ୍ତ କଲେ ସତ୍ୟା ସତ୍ୟ ଜଣା ପଡିବ ବୋଲି ଗ୍ରାମବାସୀ ଏହାର ଉଚ୍ଚସ୍ତରୀୟ ତଦନ୍ତ ହବା ସହ ଭିଜିଲାନ୍ସଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି।ସରକାର ଙ୍କ ନିୟମ ଅନୁଯାଇ ଗାଁ ସାଥୀ ସମସ୍ତ ଶ୍ରମିକ ମାନଙ୍କର ଏନଏମ୍ଏମ୍ଏସ ଆପ ଜରିଆରେ ଫଟୋ ଉଠିଲା ପରେ ଉପସ୍ଥାନ ପଡିବା କଥା ତାପରେ ଉକ୍ତ ଶ୍ରମିକ ଙ୍କ ଉପସ୍ଥାନ ଅନୁଯାୟୀ ମଷ୍ଟ୍ରୋଲ ବାହାରିଲା ପରେ ପେମେଣ୍ଟ ଆସେ ହେଲେ ବିନା ପୋଖରୀ ରେ କେମିତି ପୋଖରୀ ପୁନଃରୁଦ୍ଧାର ହେଲା ପ୍ରଶ୍ନ ଉଠିବା ସହ ସନ୍ଧେହ ଘେରରେ ଗାଁ ସାଥୀ,ଜିଆରଏସ ଙ୍କ ଭୂମିକା। କ୍ଷେତ୍ର ପରିଦର୍ଶନ ନ କରି କେମିତି ଏତେ ଟଙ୍କାର ବିଲ କରାଗଲା ଅନେକ ଦିଗକୁ ଇଙ୍ଗିତ କରୁଛି। ସେପଟେ ଜିଆରଏସ ପ୍ରତିକ୍ରିୟା ରେ କହିଛନ୍ତି କମ ଟଙ୍କା ଛଡା ଯାଇଛି ବେଶୀ ଛଡା ଯାଇନାହିଁ। ଏପଟେ ଦୁର୍ନୀତି କୁ ବରଦାସ୍ତ କରାଯିବନି ଓ ଦୁର୍ନୀତି ମୁକ୍ତ କଙ୍କଡ଼ାହାଡ଼ ନାରା ଦେଉଥିବା ଶ୍ରୀ ବିଧାୟକ ଆଗାମୀ ଦିନରେ କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ଦେଖିବା ସହ ଏଥିରେ କେଉଁ ଅଧିକାରୀ ମାନେ ସମ୍ପୃକ୍ତ ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ  ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମ ବାସୀ ବିଧାୟକ ଏବଂ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ବାରା ଅନୁଷ୍ଠିତ 

masiha

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

ଅସୁରଗଡର ପ୍ରସିଦ୍ଧ ରାମଲୀଳା ନାଟକ ମଞ୍ଚସ୍ଥ

masiha

Leave a Comment

error: Content is protected !!