ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

ରୁପ୍ରା, ୧୯/୧୦ (ମନିସ) : ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ରୁପ୍ରା ସ୍ଥିତ ଶ୍ରୀ ଶ୍ରୀ ବିଶେଶ୍ୱର ଧାମ ଖମ୍ୱପଡା ଶିବମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନିରୁଦ୍ଧ ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାସ୍କର ଚନ୍ଦ୍ର ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ଚେୟାରମେନ ଶାନ୍ତନୁ ମହାପାତ୍ର, ଅଧ୍ୟକ୍ଷ ଆଶିଷ ସାହୁ, ଗଣିତ ଅଧ୍ୟାପକ ମହେଶ୍ୱର ମହଲା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ବିକାଶରେ ଅଭିଭାବକ ମାନଙ୍କର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଭିଭାବକ ମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଓ ଅଭିଯୋଗ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୟ ଧଙ୍ଗଡାମାଝୀ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଦେବରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :- ଅଜୟ ସେନାପତି, ରୁପ୍ରା

Related posts

ପ୍ରବାସୀ ଭାରତୀୟ ଦିବସ ପାଳନ 

masiha

ରାଇରଙ୍ଗପୁର ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦଫା ଦାବି ନେଇ ଆଗ୍ନିକ କର୍ମଚାରୀଙ୍କ ଧାରଣା

masiha

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ପ୍ରସ୍ତାବ ଗୃହୀତ

Sunil Chandra Nayak

Leave a Comment

error: Content is protected !!