ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା ମୋନ୍ଥl ର ମୁକାବିଲା ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ 

ବାତ୍ୟା ମୋନ୍ଥl ର ମୁକାବିଲା ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବାତ୍ୟା ମୋନ୍ଥl ର ମୁକାବିଲା ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ବିଭାଗ ଅଧିକାରୀ ଙ୍କ ଉପସ୍ଥିତିରେ ଆସୁଥିବା ବାତ୍ୟା ର କିପରି ମୁକାବିଲା କରାଯିବ ସେ ନେଇ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି | ଏଥିରେ ଆବଶ୍ୟକ ସ୍ଥଳେ ବ୍ଲକ ଅଧୀନ ନଦୀ ପାର୍ଶ୍ଵ ଗ୍ରାମର ଲୋକ ମାନଙ୍କୁ ସ୍ଥାନାନ୍ତର କରାଯିବ, ଏନେଇ ବୋରିଗାଁ ପଞ୍ଚାୟତରେ ୨ ଟି, କୋଇଲାରି -୧ ଟି , ଜୁନାପାଣି-୧ ଟି, ଜବାଗୁଡା -୧ ଟି, ବଡଓଲମା -୧, ଡାବୁଗାଁ -୧ ଟି, ଅଞ୍ଚଳା -୧ ଟି , ମେଦନା-୧ ଟି ଓ ଘୋଡାଖୁଣ୍ଟା -୧ ଟି ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି | ସେଠାରେ ପର୍ଯ୍ୟାପ୍ତ ପାନୀୟଜଳ, ଶୁଖିଲା ଖାଦ୍ୟ ଓ ଆବଶ୍ୟକ ହେଲେ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ପ୍ରସ୍ତୁତ ରଖାଯାଇଛି | ଏହାସହ ଔଷଧ ଓ ଡାକ୍ତରୀ ଦଳ ସଜାଗ ରଖାଯାଇଛି | ବାତ୍ୟା ସମୟରେ ଗଛ ଭାଙ୍ଗି ପଡିଲେ ଗଛ କାଟି ସାଫା କରିବା ପାଇଁ ଅଗ୍ନିସମ ଓ ଜଙ୍ଗଲ ବିଭାଗ ସଜାଗ ରହିଛି | ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଲେ ଶୀଘ୍ର ମରାମତି ପାଇଁ ବିଦ୍ୟୁତ ବିଭାଗ ଓ ସ୍ଵଛ ପାନୀୟଜଳ ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିଲା | ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଡାବୁଗାଁ ବ୍ଲକ ପ୍ରଶାସନ ସଜାଗ ରହିଛି | ଏଥିରେ ସିଡିପିଓ ମିନତୀ ଦାସ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀନିଗୋ ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ପ୍ରାଣୀ ଚିକିତ୍ସକ ଏଲ. ଲୋକନାଥ ରେଡ୍ଡୀ, ଭାରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଲକ୍ଷ୍ମୀଧର ଜାନୀ, ବନପାଳ ଉମାକାନ୍ତ ପଟ୍ଟନାୟକ, କୃଷି ଅଧିଦର୍ଶକ ସୁଶାନ୍ତ କୁମାର ରାଉତ, ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ବିଦ୍ୟୁତ ବିଭାଗ ସହକରି ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କୁମାର କିଶାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଦିବ୍ୟଶଙ୍କର ପୂଜାରୀ, ଅର୍ଜୁନ ଭତ୍ରା, ନରେଶ ଚନ୍ଦ୍ର ଜାଲ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ | ବ୍ଲକ ସ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅଧିକାରୀ ଓ ଯୋଗାଣ ବିଭାଗର ଅଧିକାରୀ ମାନେ ବୈଠକରେ ଭାଗ ନେଊଁ ନାହାଁନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ଫଟୋ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଅପରାଜିତା

masiha

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!