ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତିର ବନ୍ୟାରେ ଉବୁଟୁବୁ ତୁଳସୀକ୍ଷେତ୍ର 

ଭକ୍ତିର ବନ୍ୟାରେ ଉବୁଟୁବୁ ତୁଳସୀକ୍ଷେତ୍ର 

କେନ୍ଦ୍ରାପଡ଼ା, ତା ୧୧/୦୧: ସତେଯେପରି ‘ଅର୍ପଣ ରଥ’ ସହ ତୁଳସୀକ୍ଷେତ୍ରର ପୁରପଲ୍ଲୀରେ ଆସିଛି ଭକ୍ତିର ବନ୍ୟା । କେନ୍ଦ୍ରାପଡ଼ାବାସୀ ‘ଅର୍ପଣ ରଥ’କୁ କେବଳ ଭବ୍ୟ ସ୍ୱାଗତ କରୁନାହାନ୍ତି ବରଂ କେଉଁଠି କେଉଁଠି ଜନ ସମାଗମକୁ ଦେଖିଲେ ମନେ ହେଉଛି ସତେ ଯେପରି ଆସିଛି ମହାପ୍ରଭୁଙ୍କ ରଥଯାତ୍ରା । ରଥ-ପଥ ଏକାକାର ହୋଇଯିବା ପରି ଜଗନ୍ନାଥମୟ ହୋଇଉଠିଛି ତୁଳସୀକ୍ଷେତ୍ର ତ ଶ୍ରୀ ଜଗନ୍ନାଥଙ୍କ ଭକ୍ତିର ମହକରେ ମହକିତ ହୋଇଛି ସମଗ୍ର ଜିଲ୍ଲା । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ ।ଆଜି ରାଜକନିକା ବ୍ଲକ୍‌ର ଭାରିଗଦା, ପଣସଗଣ୍ଡା, ପଧାନପଡ଼ା, ହାଟସାହି, ନହୁଣି, ତରାସ, ଆଖୁଳିପଡ଼ା, କାଟଣାବଣିଆ ଗ୍ରାମ ପଂଚାୟତରେ ‘ଅର୍ପଣ ରଥ’ ପହଂଚିଥିଲା । ବ୍ଲକ୍ ଚେୟାରମ୍ୟାନ୍ ଶ୍ରୀମତୀ ମିନତି ରାଉତ, ଭାଇସ୍‌-ଚେୟାର୍‌ମ୍ୟାନ୍ ଶ୍ରୀ ତନ୍ମୟ ରଞ୍‌ଜନ ଦାସ, ବିଡିଓ ପୃଥ୍ୱୀରାଜ ପରିଡ଼ା, ସ୍ଥାନୀୟ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟମାନେ ଏହି ରଥକୁ ସହ ଗାଁକୁ ଗାଁ ବୁଲି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ ସଂଗ୍ରହ କରିଥିଲେ । ସେହିପରି ଆଳି ବ୍ଲକ୍‌ର ପେତପଡ଼ା, ସଇରା, ସିଙ୍ଗିରିଟୁଙ୍ଗା ଗ୍ରାମ ପଂଚାୟତରେ ଆଜି ‘ଅର୍ପଣ ରଥ’ ବୁଲିଥିବା ବେଳେ କୋଳଡିହ, ବାଳକାଟି, ଡିମିରିପାଳ, ଚଣ୍ଡିଆଗଡ଼ି, ଅଟାଳ, ନିଆଳ ଗ୍ରାମ ପଂଚାୟତ ଭ୍ରମଣ କରିସାରିଛି ‘ଅର୍ପଣ ରଥ ।’ ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ତରଡ଼ିପାଳ, ଅମୃତମଣୋହି, ଶ୍ରୀରାମପୁର, ବଡ଼ପଡ଼ା, ବିଲିକଣା, କଖାରୁଣି, ନରସିଂହପୁର, ଓଉପଦା ଗ୍ରାମ ପଂଚାୟତରେ ଆଜି ଗଡ଼ିଛି ‘ଅର୍ପଣ ରଥ ।’ ଶ୍ରୀରାମପୁର ଗ୍ରାମ ପଂଚାୟତ ଭ୍ରମଣ ବେଳେ ବ୍ଲକ୍ ଚେୟାରମ୍ୟାନ୍ ପ୍ରଦ୍ୟୁମ୍ନ ସାମନ୍ତରାୟ ‘ଅର୍ପଣ ରଥ’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ବ୍ଲକ୍‌ର ସାନମାନ୍ତିଆ, ବାରୋ, ଇନ୍ଦୁପୁର, ଗୁଲନଗର, ଭରତପୁର, କଳପଡ଼ା, କଂସାର ଆଦି ଗ୍ରାମ ପଂଚାୟତରେ ଭ୍ରମଣ କରିଛି ‘ଅର୍ପଣ ରଥ ।’ ସେହିପରି କେନ୍ଦ୍ରାପଡ଼ା ମୁନିସିପାଲିଟିର ୬, ୭, ୧୪, ୧୫, ୧୬, ୧୭ ନମ୍ବର ୱାର୍ଡ଼ରେ ଆଜି ଭ୍ରମଣ କରିଛି ‘ଅର୍ପଣ ରଥ ।’ ପୌରଧ୍ୟକ୍ଷା ସରିତା ସାହୁଙ୍କ ସମେତ ବହୁ ୱାର୍ଡ଼ର କାଉନ୍‌ସିଲର୍ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀକ୍ଷେତ୍ର ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଉନ୍ନୟନ କାର୍ଯ୍ୟ ରେ ସହମତି ପାଇଁ ଠିକାଦାର ସଂଘ ବୈଠକ 

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ 5T ସ୍କୁଲ ପରିଦର୍ଶନ

Sunil Chandra Nayak

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

masiha

Leave a Comment

error: Content is protected !!