ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରୀୟ କବି ସମ୍ମିଳନୀ – ” କାବ୍ୟାଞ୍ଜଳି”

 ନବରଙ୍ଗପୁର–(ମସିହା) ସୃଜନୀ ପରିବାର ,ଚେନ୍ନାଇ ଆନୁକୁଲ୍ୟରେ ୩୦ ଜୁଲାଇରେ ଜାତୀୟ ସ୍ତରର କବି ସମ୍ମିଳନୀ “କାବ୍ୟାଞ୍ଜଳି” ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ କବି/କବୟିତ୍ରୀମାନେ ସ୍ବରଚିତ ହିନ୍ଦୀ କବିତା ଆବୃତ୍ତି କରି ଶ୍ରୋତା ବର୍ଗଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମ- ନିର୍ଦ୍ଦେଶିକା ବିଶିଷ୍ଟ ଅନୁବାଦିକା ତଥା କବୀ ଶ୍ରୀମତୀ ପାରମିତା ଷଡ଼ଙ୍ଗୀ(ମୁମ୍ବାଇ )ଙ୍କ ତତ୍ତ୍ଵାବଧାନରେ ଏବଂ ବର୍ଷା ମହେଶ ଗରିମା (ମୁମ୍ବାଇ)ଙ୍କ ମନଛୁଆଁ ସଂଯୋଜନାରେ ଶ୍ରୀ ଏଲ୍.ସି.ରାଓ(ଆନ୍ଧ୍ରପ୍ରଦେଶ), ଡଃ ଅଳକା ଅରୋରା (ଡେରାଡୁନ),ଉଷା ସାହୁ( ମୁମ୍ବାଇ) ଖୁସି ଝା(ମୁମ୍ବାଇ),ପ୍ର.ଜହାନ୍ ଆରା(ଉତ୍ତର ପ୍ରଦେଶ), ଡଃ ବର୍ଷା ସିଂ (ମୁମ୍ବାଇ), ଡଃ ଅଞ୍ଜୁମନ ଆରା(ଓଡ଼ିଶା),କିରଣ ମିଶ୍ର (ମୁମ୍ବାଇ), ଡଃ ଶିବପ୍ରିୟା ମିଶ୍ର (ଓଡ଼ିଶା),ପ୍ରେରଣା ସିଂ (ଗାଜିଆବାଦ), ,ପୂଜା ଆଲାପୁରିଆ (ମୁମ୍ବାଇ), ଡଃ କମଳାକୃଷ୍ଣ ତ୍ରିପାଠୀ (ଓଡ଼ିଶା) ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ପ୍ରାୟତଃ ବର୍ତ୍ତମାନର ନାରୀର ସ୍ଥିତି ଆଧାରିତ ଥିଲା କବିତାସବୁ। ଉକ୍ତ ସଭାରେ ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆଶୁତୋଷ ସାମନ୍ତସିଂହାର (ଅବସରପ୍ରାପ୍ତ ଆଇ.ଏଫ୍.ଏସ୍.),ପ୍ର.ଗୋଦାବରୀଶ ମିଶ୍ର (ଡିନ୍,ନାଳନ୍ଦା ବିଶ୍ଵବିଦ୍ୟାଳୟ), ଉପଦେଷ୍ଟା -ଡଃ ବାସନ୍ତୀ ମହାନ୍ତି, ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ, କଣ୍ଠଶିଳ୍ପୀ ବିଦ୍ୟୁତ ପ୍ରଭା ପଟ୍ଟନାୟକ, ଶଶିକାନ୍ତ ରାଜଗୁରୁ ଓ ଉପସ୍ଥାପକ ରମେଶ ଚନ୍ଦ୍ର ପସାଏତ ସମେତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ।ଓଡ଼ିଶା ସମେତ ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ସାରସ୍ବତ ସାଧକ ସାଧିକା ସଭାରେ ଯୋଗ ଦେଇ ଏହିପରି କାର୍ଯ୍ୟକ୍ରମର ପୁନଃ ପୁନଃ ପ୍ରସାରଣ ପାଇଁ ପ୍ରସ୍ତାବ ରଖିଥିଲେ ।କାରଣ ଏହିପରି କାର୍ଯ୍ୟକ୍ରମ ଦ୍ବାରା ସାହିତ୍ୟ ଓ ସଂସ୍କୃତିର ଆଦାନ ପ୍ରଦାନ ସହ ଅନୁବାଦ ସାହିତ୍ୟର ବିକାଶ ସୁନିଶ୍ଚିତ।ଶେଷରେ ଶ୍ରୀ ଅଶୋକ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ନିଜ ଅଧିକାର ନିଜକୁ ଦିଅ , ଏକ ବୈଠକ ଅନୁଷ୍ଠିତ 

ସାଇବର ସୁରକ୍ଷା ଅଭିଯାନ ସମ୍ବନ୍ଧରେ ସୂଚନା ଦେଲେ ରାୟଗଡା ଏସପି

masiha

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!