ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈତରଣୀ ନଦୀରେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଭାସିଗଲେ ମହିଳା । ଚଳିତ ବର୍ଷ ବୈତରଣୀ ନଦୀରେ ପ୍ରଥମ ବନ୍ୟା ରେ ଆଜି ସକାଳ ଆଠ ଘଟିକା ସମୟରେ ଆନନ୍ଦପୁର ପୋୖରାଞ୍ଚଳ ଅନ୍ତର୍ଗତ ଫକୀରପୁର ତଳସାହି ନଦୀ ଘାଟରେ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ହଠାତ ଆସିଥିବା ବନ୍ୟା ଜଳ ର ପ୍ରଖର ସ୍ରୋତ ରେ ଭାସି ଯାଇ ଥିଲେ । ଦୁଇ ଜଣ ପୁରୁଷ ପଂହରି ପଂହରି ନଦୀ କୂଳକୁ ଆସିଥିଲେ କିନ୍ତୁ ମହିଳା ଜଣଙ୍କ ପ୍ରଖର ସ୍ରୋତ ରେ ଭାସିଯାଇ ଥିଲେ ।ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀକାନ୍ତ ରାଉତ ,ଅଭିମନ୍ୟୁ ଦାସ,ସୁଶାନ୍ତ ଦାସ ନିଜ ଜୀବନକୁ ବାଜି ଲଗାଇ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମହିଳା ଙ୍କ ଜୀବନ ବଞ୍ଚାଇ ଥିଲେ । ସୂଚନାରୁ ପ୍ରକାଶ ସେ ମହିଳା ଜଣଙ୍କ ଫକୀରପୁର ତଳସାହି ର ସନିଆ ରାଉଳ ଙ୍କ ସ୍ତ୍ରୀ । ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ମହିଳା ଙ୍କୁ ନଦୀରୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଲୟ କୁ ପଠା ଯାଇଛି ।

ଆନନ୍ଦପୁର ଫକୀରପୁର ରୁ ସତ୍ୟ ଦାସ ଙ୍କ ରିପୋର୍ଟ 

Related posts

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ 

masiha

ଥେଟ୍ ଆଧୁନିକ ନାଗପୁରୀ ଲାଇଟ୍ ଆସନ୍ତା ୨୪ ରେ ..

masiha

Leave a Comment

error: Content is protected !!