ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

ରାଉରକେଲା : ରାଉରକେଲା ପୋଲିସ ଜିଲ୍ଲା ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଥିବା ବିଭିନ୍ନ ଥାନାକୁ ଆଜି ହଠାତ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର-୩,ସେକ୍ଟର-୭ ,ସେକ୍ଟର-୧୫, ସେକ୍ଟର-୧୯ ସ୍ଥିତ ଥାନାକୁ ଯାଇ ଥାନାରେ ଉପସ୍ଥିତ ଥାନା ଅଧିକାରୀ ମାନଙ୍କ ସହିତ ଉକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରିଥିଲେ । ଚର୍ଚ୍ଚା ସମୟରେ ବିଧାୟକ ଶ୍ରୀ ତନ୍ତୀ ସମ୍ପୃକ୍ତ ଥାନର ଅନ୍ୟାନ୍ୟ ଅଭାବ ଓ ଅସୁବିଧା ସମ୍ବନ୍ଧରେ ମଧ୍ୟ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ର ଆଲୋଚନା ଚକ୍ର

masiha

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

masiha

କାବେରି ବାଡ଼ି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ 

masiha

Leave a Comment

error: Content is protected !!