ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

ରାଉରକେଲା ୨୭/୬, ଗତ ୨୦୨୬ ଜୁନ୍ ୧୬ ତାରିଖ ଦିନ ସନ୍ଧ୍ୟା ୪ଟା ୧୦ ସମୟରେ, ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ରାମେଶ୍ୱରପାଲିର ଅନୁରାଗ ବିଶ୍ୱାଳଙ୍କ ପତ୍ନୀ ଚନ୍ଦ୍ରିକା ବିଶ୍ବାଳ (୩୦)ଙ୍କ ଲିଖିତ ଅଭିଯୋଗ ଅନୁସାରେ ପଞ୍ଜିକୃତ ହୋଇଥିଲା। 

     ୨୦୨୬ ଜୁନ୍ ୧୯ ତାରିଖରେ ମାମଲାର ତଦନ୍ତ ସମୟରେ ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୫ ଗୋଲଘର ତେଲୁଗୁ ବସ୍ତିର ଅଭିଯୁକ୍ତ ରୋହିତ ହରିପ୍ପା (୨୫), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଟିମ୍ବର୍ କଲୋନୀ ଏବଂ ବର୍ତ୍ତମାନ ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୨ ଡି/୦୧ରେ ରହୁଥିବା ଅଭିଯୁକ୍ତ ରୋହିତ ମୁଖୀ ଓରଫ୍ ସାନା (୩୨)ବର୍ଷ ଏବଂ ରାଉରକେଲା ସେକ୍ଟର-୭ ଥାନା ଅଧିନସ୍ଥ ଭିଏସ୍ଏସ୍ ପାଲ୍ଲିର ଜନସନ ନାଗ (୨୫)ଙ୍କୁ ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)//୬୧(୨)/୩(୫) ବିଏନଏସ/ ୨୫/୨୭ ଆର୍ମସ ଆକ୍ଟ ଅନୁସାରେ ଗିରଫ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ସୁଶାନ୍ତ ଓରଫ୍ ଲଣ୍ଡା ନାୟକ ଏବଂ ଚୁନୁ ଓରଫ୍ ନାରାୟଣ ହରିପ୍ପା ଏବେ ଆର.ଜି.ଏଚ୍. ରାଉରକେଲାରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛନ୍ତି। ଆର.ଜି.ଏଚ୍. ରାଉରକେଲାରୁ ଡିସଚାର୍ଜ ହେବା ପରେ, ସେମାନଙ୍କୁ କୋର୍ଟକୁ ପଠାଯିବ।

     ପୋଲିସ ପକ୍ଷରୁ ମାମଲାର ତଦନ୍ତ ଜାରି ରଖି, ଆଜି ଅର୍ଥାତ୍ ୨୦୨୬ ଜୁନ୍ ୨୭ ତାରିଖରେ ମାମଲାର ସହ-ଅଭିଯୁକ୍ତ ବିଶୁ ଓରଫ୍ ଉମାକାନ୍ତ ହରିପ୍ପାଙ୍କୁ ଗିରଫ କରାଯାଇଛି ଏବଂ ସେହି ଦିନ କୋର୍ଟରେ ହାଜର କରାଯାଇଛି।  

      ଆଜି ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଉରକେଲା ସେକ୍ଟର-୭ ଅଧିନସ୍ଥ ନାରାୟଣ ପାଲ୍ଲି (ଲଙ୍କାଗଡ଼)ର ବିଶୁ ଓରଫ୍ ଉମାକାନ୍ତ ହରିପ୍ପା (୩୫)। ତାଙ୍କ ନିକଟରୁ ଗୋଟିଏ ଆକ୍ଟିଭା ସ୍କୁଟି ଯାହାର ପଞ୍ଜିକୃତ ନମ୍ବର OD-14AH-6561। 

      ଅଭିଯୁକ୍ତ ବ୍ୟକ୍ତିଙ୍କ ପୂର୍ବର କେସ୍ ରେକର୍ଡ ଯାଞ୍ଚ କରାଯାଉଛି ବୋଲି ରାଉରକେଲା ସେକ୍ଟର-୭ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

    ସେକ୍ଟର-୭ ଥାନାର ମାମଲା  ନଂ. ୧୪୫ ତାରିଖ ୧୬/୬/୨୦୨୬ ଦଫା ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)/୩(୫) ବିଏନ୍ଏସ୍ ୟୁ/ଏସ୍. ୧୨୬(୨)/୧୦୩(୧)/୧୦୯(୧)/୧୧୮(୧)//୬୧(୨)/୩(୫) ବିଏନ୍ଏସ୍/ ୨୫/୨୭ ଆର୍ମସ୍ ଆକ୍ଟକୁ ପରିବର୍ତ୍ତନ କରାଯାଇ ଗିରଫ ତଦନ୍ତ ଜାରି ରହିଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁୟ) ମରଣଯନ୍ତା;ବାଇକ୍ ଆସନା ସାମ୍ନା; ଜଣେ ମୃତ ଦୁଇ ଗୁରୁତର

masiha

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

ଚୋରା କାଠ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!