ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

 ରାଉରକେଲା/ ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ର ହେବାକୁ ଥିବା ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ଆସନ୍ତା ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ସେକ୍ଟର ୨ ଦୁର୍ଗା ପୂଜା ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେକ୍ଟର ଦୁଇ ଦୁର୍ଗା ପୂଜା ପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେକ୍ତା ଓଡ଼ିଶା ସରକାର ଙ୍କ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ ଓ ସମ୍ପାଦକ ଶଙ୍କର ଜେନା ପ୍ରମୁଖ ସୂଚନା ଦେଇ କହିଲେ ଯେ ଚଳିତ ବର୍ଷ ପରିଷଦ ୩୩ତମ ବୋଇତ ବନ୍ଦାଣ ଉତ୍ସବ ଦୁଇ ଦିନ ଧରି ପାଳନ କରିବ। ଆସନ୍ତା ୨୫ ତାରିଖ ଦିନ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଓ କଣ୍ଠଶିଳ୍ପୀ ଶୁଭାଶିଷ ମହାକୁଡ଼, ଭାଗ୍ୟଶ୍ରୀ, ବର୍ଣ୍ଣଳୀ ହୋତା ପ୍ରମୁଖ ସଂଗୀତ ପରିବେଷଣ କରିବାକୁ ଥିବାବେଳେ ଅଙ୍କିତା ମହାନ୍ତି ମଞ୍ଚ ସଂଯୋଜନା ଓ ଭୁବନେଶ୍ୱର ଆରଡିଏକ୍ସ ଟିମ୍ ନୃତ୍ୟ ପରିବେଷଣ କରିବେ। ସେହିପରି ୨୬ତାରିଖ ଦିନ ଓଲିଉଡ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ବର୍ଣ୍ଣଲକ୍ଷ୍ମୀ, ସଂଗୀତା ପାଢ଼ୀ, ଆଲୋକ ସାହୁ ସଂଗୀତ ପରିବେଷଣ, ପ୍ରିୟା ମଞ୍ଚ ସଂଯୋଜନା ଓ କଟକର ବାବୁ ଗୃପ ନୃତ୍ୟ ପରିବେଷଣ କରିବେ। ୨୫ ତାରିଖ ଦିନ ଉଦଘାଟକ ଭାବେ ପଦ୍ମଶ୍ରୀ ଦିଲ୍ଲିପ ତିର୍କି, ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି କୁନବିହାରୀ ଦାସ ଓ ଆରଏସପିର ସିଏସଆର ମୁଖ୍ୟମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ତଥା ଏହି କାର୍ଯ୍ୟକ୍ରମରେ ପୈ।ରହିତ୍ୟ ଭାବେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଦାୟିତ୍ଵ ତୁଲାଇବେ। ସେହିପରି ୨୬ ତାରିଖ ଦିନ ଉଦଘାଟକ ଭାବେ ଆରଏସପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୈ।ମିକ, ମୁଖ୍ୟ ଅତିଥିଭାବେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପିଳୀ ଦାସ, ସମ୍ମାନିତ ଅତିଥି ଭାବେ କୁନବିହାରୀ ଦାସ, ସମାଜସେବୀ ବିଶାଲ ଦାସ ପ୍ରମୁଖ ଯୋଗଦେଉଥିବା ବେଳେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ପୈ।ରହିତ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ପରିଷଦ ତରଫରୁ ଅନୁରୋଧ କରାଯାଇଛି। ପରିଷଦର ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଉପଦେଷ୍ଟା ନୀଳାମ୍ବର ପୁହାଣ, ମୀନତି ଦେବତା, ରଶ୍ମିତ ସାହାଣୀ, ଦେବେନ୍ଦ୍ରନାଥ ସାମନ୍ତରାୟ, ବିଶ୍ବରଂଜନ ବେଉରା, କୁଞ୍ଜବିହାରୀ ରାଉତ, ସନ୍ତୋଷ ସ୍ବାଇଁ, ଆଦିତ୍ୟ ବାରିକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପରିଷଦ ତରଫରୁ , ବିରେନ୍ଦ୍ର ସ୍ବାଇଁ, ଆଦିତ୍ୟ ବାରିକ, ସଞ୍ଜୟ ପ୍ରଧାନ, ଗଣେଶ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୁର୍ଗା ଜେନା, ରଞ୍ଜନ ବାରିକ, ଜିତୁ ପାଇକରାୟ, ପବିତ୍ର ସାହୁ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ସୁଶାନ୍ତ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!