ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ପାଇଥିବା ୨ଜଣ ମେଧାବିଙ୍କୁ ଭେଟିଲେ ଠାକୁର ରଞ୍ଜିତ ଦାସ

ବାଲେଶ୍ଵର,୦୨/୮/୨୩ – ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଦୁଇଜଣ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧିତ କଲେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଗତ ତା ୦୧/୮/୨୩ ରିଖ ଶ୍ରୀ ଦାସ ପ୍ରଥମେ ୨୦୩ ରାଙ୍କ(Rank) ରଖିଥିବା ବାଉଁଶଗଢିଆ ପଞ୍ଚାୟତ ଶାଳଗଡିଆ ଗ୍ରାମର ଅଭୟ କୁମାର ସ୍ୱାଇଁଙ୍କ ଝିଅ ସୁଶ୍ରୀ ନିବେଦିତା ସ୍ୱାଇଁଙ୍କୁ ଭେଟି ଉତ୍ତରୀୟ, ପୁଷ୍ପଗୁଛ ଓ କଲମ ଦେବା ସହିତ ମିଠା ଖୁଆଇଥିଲେ ।ପରେ ୨୦୨ ରାଙ୍କ(Rank) ରଖିଥିବା ନହଙ୍ଗ ଗ୍ରାମର ପ୍ରଭାକର ଦାସଙ୍କ ସାନପୁଅ ଯୀଶୁକୃଷ୍ଣ ଦାସଙ୍କୁ ଭେଟି ଉତ୍ତରୀୟ, ପୁଷ୍ପଗୁଛ, କଲମ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମିଠା ଖୁଆଇଥିଲେ । ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ସମେତ ସୁମନ୍ତ ଜେନା, ଅଜୟ ବେହେରା, ସର୍ବେଶ୍ୱର ମିଶ୍ର, ସୁବାସ ପ୍ରଧାନ, ମୁକ୍ତିକାନ୍ତ ପାଣିଗ୍ରାହୀ,ଅଜିତ ଦାସ, ଶାନ୍ତି ଦାସ, ବ୍ରଜ ଦାସ, ରମେଶ ଦାସ, ପୁର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଦାସ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଯେଉଁ ବିଭାଗ ମିଳିବ ନିରପେକ୍ଷ ଭାବେ ନିଷ୍ଠାର ସହ ଲୋକଙ୍କ ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେବାସହ ଏହି ସଫଳତା ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳ ପାଇଁ ଏକ ଗର୍ବର ବିଷୟ ବୋଲି କହିଥିଲେ । ଯୀଶୁକୃଷ୍ଣ ଓ ସୁଶ୍ରୀ ନିବେଦିତା ଉଭୟ ମେଧାବୀ ଛାତ୍ରଛାତ୍ରୀ ହୋଇଥିବାବେଳେ ପାଠ ପଢା ସହ କବିତା, ପ୍ରବନ୍ଧ ଓ ଗଳ୍ପକୁ ପ୍ରାଧାନ୍ୟ ଦେଉଥିବା କହିଛନ୍ତି । ଯୀଶୁକୃଷ୍ଣ ୨୦୧୪ ମସିହାରେ ଫତେପୁର ହାଇସ୍କୁଲ ରୁ ୮୫ ପ୍ରତିଶତ ନମ୍ବର ରଖି ମ୍ୟାଟ୍ରିକ ପାସ କରିବା ପରେ ସୋର ୟୁଏନ କଲେଜରେ +୨ ବିଜ୍ଞାନ ଓ ବିଜେବି କଲେଜରୁ +୩ରେ ସ୍ନାତକ ପାସ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜରୁ ୨୦୨୨ ମସିହାରେ ପିଜି ସମ୍ପୂର୍ଣ୍ଣ କରି ୟୁପିଏସି ଓ ଓପିଏସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଦିନକୁ ସେ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ଯୀଶୁକୃଷ୍ଣଙ୍କ ବାପା ନହଙ୍ଗ ଡାକଘରେ ଡାକ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ସୁଶ୍ରୀ ନିବେଦିତାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ନିରୁପମା ବେହେରା ହାଟଢ଼ୀହି ବ୍ଲକ ଅଧୀନ ନୁଆଗାଁ ୟୁପି ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୦୭ ମସିହାରେ ସୋସ କାନପୁର ଅଧୀନ ବାଲୁକେଶ୍ୱର ହାଇସ୍କୁଲରୁ ୯୪ ପ୍ରତିଶତ ନମ୍ବର ରଖି ମ୍ୟାଟ୍ରିକ ପାସ କରିବା ପରେ କଟକ ରେଭେନ୍ସା କଲେଜରେ +୨ ବିଜ୍ଞାନ ଓ +୩ରୁ ସ୍ନାତକ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଶ୍ରଦ୍ଧା ନନ୍ଦ କଲେଜରୁ ୨୦୧୬ ମସିହାରେ ପିଜି ସମ୍ପୂର୍ଣ୍ଣ କରିବା ପରେ ଦିଲ୍ଲୀରେ ଏମ ଫିଲଡ ଓ ବାରିପଦାରେ ୨୦୨୩ରେ ଏଲଏଲବି ସମ୍ପୂର୍ଣ୍ଣ କରିଥିଲେ । ନିଜ ପାଠ ପଢା ସହ ପିଲାଙ୍କୁ ପାଠ ପଢାଇ ସେ ନିଜକୁ ୟୁପିଏସି ଓ ଓପିଏସି ପାଇଁ ପ୍ରସ୍ତୁତ କରୁଥିଲେ । ଏଥି ଲାଗି ସେ ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

masiha

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ

masiha

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!