ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ରାୟଗଡ:-ତା.2/08 – ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧକ୍ଷତlରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରୋକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ବିଦାୟୀ ଅତିରକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ, ଆଇଟି ଡିଏ ପ୍ରମୁଖ ଯୋଗଦାନ କରିଥିଲେ l ବିଦlୟୀ ଅରିତିକ୍ତ ଜିଲ୍ଲାପାଳଙ୍କ ପଦନ୍ୱତୀ ପାଇଛନ୍ତି l ସେମାନଙ୍କ ମଧ୍ୟରୁ ସୋମନାଥ ପ୍ରଧାନଙ୍କ କୋରପୁଟ ଅତିରକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଧର୍ମାନନ୍ଦ ବେହେରାଙ୍କ ନବରଙ୍ଗପୁର ଜିଲ୍ଲାକୁ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି l ଦୁଇଜଣ ପାଖାପାଖି ଦୀର୍ଘ ଦୁଇବର୍ଷ କାର୍ଯ୍ୟ କାଳରେ ସେମାନଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମାତାବ୍ୟକ୍ତ କରିଥିଲେ l ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ଥରୀୟ ଅଧିକାରୀ, ତାହସିଲଦାର,ବିଡ଼ିଓ, ଓଡିଶା ପ୍ରଶାସକ ଅଧିକାରୀ ସଙ୍ଘ ତରଫରୁ ସ୍ଥାନୀୟ ପ୍ରଦକ୍ଷିଣ ଗୃହରେ ଅନୁଷ୍ଠିତ ହେବl

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ

masiha

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

masiha

Leave a Comment

error: Content is protected !!