ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ନୂତନ କମିଟି ଗଠନ

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ନୂତନ କମିଟି ଗଠନ

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ଆସନ୍ତା ୩ବର୍ଷ ପାଇଁ ନୂତନ କମିଟି ସଭାପତିଙ୍କ ଅନୁମୋଦନ କ୍ରମେ ଗଠନ କରାଯାଇଛି। ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ବରିଷ୍ଠ ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବ ରେ ଆୟୋଜିତ କମିଟିର ପ୍ରମୁଖ ସଦସ୍ୟ ମାନେ ଯୋଗଦେଇ ଗତ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟ ସମ୍ମିଳନୀର ଆୟ ବ୍ୟୟ କୁ ଆଲୋଚନା କରି ଅନୁମୋଦନ କରିଥିଲେ। ଏହାସହ ଆସନ୍ତା ୩ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ପରେ ମେଫେୟାର ଠାରେ ନୂତନ ସଭାପତି ରୂପେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରାଯାଇ ତାଙ୍କ ଅନୁମୋଦନ ତଥା ସର୍ବସମ୍ମତିକ୍ରମେ ଉପଦେଷ୍ଟା ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଯଦୁମଣି ସ୍ବାଇଁ, ହରିହର ରାଉତରାୟ, ଡାକ୍ତର ୟୁ ସି ଜେନା, ସୁରେନ୍ଦ୍ର ରାଉତ ଓ ବାବାଜୀ ସ୍ବାଇଁ ଥିବା ବେଳେ ସଭାପତି ଭାବେ ଦିଲ୍ଲିପ ରାୟ, କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ନାରାୟଣ ଚନ୍ଦ୍ର ସାମଲ, ଭାନୁ ପ୍ରତାପ ପ୍ରଧାନ, ସୁବ୍ରତ ମଲ୍ଲିକ, ରାଜେନ୍ଦ୍ର ନାୟକ, ରତ୍ନାକର ବଳ,ନିରୋଦ କୁମାର ରାଉତ, ମୀନତି ବିଶ୍ବାଳ, ସାଧାରଣ ସମ୍ପାଦକ ଭାବେ ଶଶଧର ପାତ୍ର, ସହ ସମ୍ପାଦକ ଭାବେ କିଶୋର ନାୟକ, ସାଂଗଠନିକ ସମ୍ପାଦକ ଭାବେ ଜଗନ୍ନାଥ ରାଉତ, ଉଗ୍ରସେନ ବିଶ୍ବାଳ, ଶମ୍ଭୁନାଥ ପରିଡା, ଚନ୍ଦ୍ରମଣି ବେହୁରା, ଅକ୍ଷୟ ଦାସ, ବସନ୍ତ ଜେନା, ସନ୍ତୋଷ ବିଶ୍ବାଳ, ନିରଞ୍ଜନ ସାମଲ , କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ନାୟକ, କାର୍ଯ୍ୟକାରୀ ସଦସ୍ୟ ଭାବେ ରଥିନ୍ଦ୍ର ପ୍ରଧାନ, ଅବନୀ ବଳ, ସୁଦର୍ଶନ ସାମଲ,ରାଧାଶ୍ୟାମ ପରିଡ଼ା, ସନ୍ତୋଷ ପ୍ରଧାନ,ଗଣେଶ ଜୟସିଂହ, ନାରାୟଣ ମହାଳିକ, ମହେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ କୁମାର ଭୁଜବଳ ଓ ମୁଖପାତ୍ର ଭାବେ କୁଞ୍ଜବିହାରୀ ରାଉତ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା। ଏହାସହ ଖଡ୍ଗ ଭବନର ମରାମତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ତଥା ଆସନ୍ତା ଅଗଷ୍ଟ ମାସରେ ନୂତନ କର୍ମକର୍ତ୍ତାଙ୍କ ସତ୍ୟପାଠ ଓ ଗତ ରାଜ୍ୟ ସମ୍ମିଳନରେ ରହିଯାଇଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ସ୍ଥିର କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଘୋଷଯାତ୍ରା ଲୋକ ମହୋତ୍ସବ ପାଳିତ

masiha

କାର୍ଯ୍ୟଭାର ଗ୍ରହଣ ପରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

masiha

Leave a Comment

error: Content is protected !!