ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା

ନବରଙ୍ଗପୁର ୨୧ / ୦୪ (ମସିହା) ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଏକ ଜିଲ୍ଲାସ୍ତରୀୟ ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପ୍ରଥମ ଥର ଲାଗି ହୋଇଥବା ଏହି କାର୍ମଶାଳା କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ କର୍ମଶାଳାର ଉଦେଶ୍ୟ ଜ୍ଞାପନ କରି କହିଲେଯେ ଡାହାଣୀ ଓ ଗୁଣିଆ ଙ୍କ ଅନ୍ଧବିଶ୍ଵାସ ର ଶିକାର ହୋଇ ସମାଜରେ ବହୁ ଲୋକଙ୍କ ଧନ ଓ ଜୀବନ ର ହାନୀ ଘଟୁଛି । ଏହି ସବୁ ଅନ୍ଧ ବିଶ୍ବାସ ଓ କୁ ପ୍ରଥା ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ସମାଜ କଲ୍ଯାଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ର ଆୟୋଜ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରଇତ ମହିଳା ମାନଙ୍କ ଉପରେ ହେଉଥିବା ହିଂସା ଓ ନିର୍ଯାତନା ପ୍ରାୟତଃ ସମସ୍ତ ସ୍ଥାନରେ ହୁଏ । ଏହାର ମୁଖ୍ୟ କାରଣ ହେଲା ଲୋକମାନଙ୍କ ମନରେ ଅନ୍ଧବିଶ୍ଵାସ ଭରିରହିଛି । ବିଭିନ୍ନ ସମ୍ପ୍ରଦାୟ ରେ ଡାହାଣୀ ଉପରେ ବୈଜ୍ଞାନିକ ସତ୍ୟତା ସହିତ ଓଡିଶା ଡାଆଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାଆଣୀ ଶିକାର ଏକ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ବିଷୟରେ ଆଲୋଚନା କରିବା ପାଇଁ ସମସ୍ତ ସିଡିପିଓ ମାନଙ୍କୁ ନିର୍ଦେଶ ଦେଇଥିଲେ । କର୍ମଶାଳାରେ ଆକ୍ସନଏଡର କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ମହିଳା ମାନଙ୍କୁ କେଉଁ ଉଦେଶ୍ୟରେ ଆତ୍ମଘୋଷିତ ଗୁଣିଆ ମାନେ ଡାହାଣୀ ଆଖ୍ୟା ଦେଇ ହିଂସା ଓ ନିର୍ଯାତନା ର ଶିକାର କରିଥାନ୍ତି ତାହାଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାପଡିଥିଲା ଆଗରୁ ଏହା ଏକ ଅନ୍ଧବିଶ୍ଵାସର ପରିଣତି ଭାବରେ ଜଣା ଯାଉଥିଲେ ମଧ୍ୟ ପ୍ରକୃତରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଉଦ୍ଦେଶ୍ୟ ରେ ଏଭଳି ନିର୍ଯାତନା ଦିଆ ଯାଉଛି। ପ୍ରାୟତଃ ଦେଖାଯାଏ ଏକାକୀ ମହିଳା ଯେମିତିକି ବିଧବା, ଅବିବାହିତା ରହି ଯାଇଥିବା କିମ୍ବା ପରିତ୍ୟକ୍ତା ମହିଳା ମାନେ ଏପରି ଡାହାଣୀ ଆଖ୍ୟାୟିତ ହୋଇ ନିର୍ଯାତନା ପାଇଥାନ୍ତି। ଅନେକ କ୍ଷେତ୍ରରେ ଏକାକୀ ମହିଳା ମାନଙ୍କର ସମ୍ପତ୍ତି ହାତେଇବା ଉଦ୍ଦେଶ୍ୟ ରଖି ଏହିପରି ଡାହାଣୀ ଆଖ୍ୟା ଦେଇ ଜୀବନରୁ ମାରିଦେବାର ଉଦାହରଣ ଆମ ସମାଜରେ ରହିଛ । ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ବବିତା ତ୍ରିପାଠୀ ଅନ୍ୟତମ ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ଓଡିଶା ଡାଆଣୀ ଶିକାର ପ୍ରତିରୋଧ ଅଧିନିୟମ ୨୦୧୩ ଅନୁଯାୟୀ ଡାଆଣୀ ଶିକାର ଏକ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଉପରେ ଆଲୋଚନା କରିବା ସହିତ ଯଦି କିଏ ଡାଆଣୀ ଶିକାର କରେ କିମ୍ବା ଡାଆଣୀ ଶିକାର କରିବା ପାଇଁ ଅନ୍ୟକୁ ଉସକାଇଥାଏ ବା ଉତ୍ତେଜିତ କରିଥାଏ, ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ଟ. ୧,୦୦୦ ବା ତତୁର୍ଦ୍ଧ ଜୋରିମାନାରେ ଦଣ୍ଡିତ କରାଯିବା ର ବ୍ୟବସ୍ଥା ରହିଥିବାର ସୂଚନା ଦେଇଥିଲେ ।  

ଅନ୍ୟମାନଙ୍କ ମଧ୍ୟରେ ଏଡିପିହେଚଓ ଡା ଏନ.ଡି.ସି ବେହେରା ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଅଜନ୍ତା ପ୍ରିୟଦର୍ଶନି , ବାଲ୍ୟବିବାହ ନିଷେଧ ଅଧିକାରୀ, ଏସେ ଗୀତା, ସୁରମା ମହାପାତ୍ର , ସୁଦର୍ଶନୀ ରଥ , ଯମୁନା ଭତ୍ରା , ଗୀତାରାଣୀ ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ପ୍ରୋଟେକସନ ଅଫିସର ବାଳା ପଦ୍ମା ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର , ମହିଳା ମହା ବିଦ୍ୟାଳୟ ର ଛାତ୍ରୀ ,ଚାଇଲ୍ଡ ଲାଇନ ର ପ୍ରତିନିଧି ଏବଂ ୱାନଷ୍ଟପ ସଖୀ ର କର୍ମକର୍ତ୍ତା ପ୍ରମୁଖ ଏହି କର୍ମଶାଳାରେ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମ କୁ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ସଂଚାଳନ କରିଥବା ବେଳେ ନନ୍ଦହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

Rourkela Vibrant celibrate Teacher’s day 

Sunil Chandra Nayak

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!