ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ ରେ…..

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ ରେ…..

ରାଉରକେଲା: ରାଉରକେଲା ଫିଲ୍ମ କ୍ଲବ ତରଫରୁ ହେବାକୁ ଥିବା ରାଉରକେଲା ଫିଲ୍ମ ଫେଷ୍ଟିଭାଲ ର ସପ୍ତମ ସଂସ୍କରଣ ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୪ଘଟିକା ସମୟରେ ସେକ୍ଟର ୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏ ନେଇ ସେକ୍ଟର ୭ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ଅଗ୍ରୱାଲ, ଉପସଭାପତି ପ୍ରଭାତ ସାମଲ, ସମ୍ପାଦକ ତଥା ଆବାହକ ଅବିନାଶ ମହାପାତ୍ର, ସହସମ୍ପାଦିକା ଲୀନା ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ପାଇଁ ୬୪ଟି ସିନେମା ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୫ଟି ସିନେମା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୪ଘଟିକା ସମୟରେ ସେକ୍ଟର ୪ କମ୍ୟୁନିଟି ସେଣ୍ଟର୍ ଠାରେ ନିଃଶୁଳ୍କ ରେ ପ୍ରଦର୍ଶିତ ହେବ। ଏହି ଅବସରରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଗୀତ, ଶ୍ରେଷ୍ଠ ପାଣ୍ଡୁଲିପି ଭଳି ବିଭିନ୍ନ ବର୍ଗରେ ଥିବା ଶ୍ରେଷ୍ଠତା କୁ ବିଚାରକ ଙ୍କ ଦ୍ଵାରା ଚୟନ କରାଯାଇ ପୁରସ୍କୃତ କରାଯିବ। ଏହା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ। ସହରରେ ଥିବା ବିଭିନ୍ନ କଳାକାର ଙ୍କୁ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ଦେବା, ସେମାନଙ୍କ ପ୍ରତିଭା କୁ ବିକଶିତ କରିବା ପାଇଁ ଏହି ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ ବୋଲି ଆବାହକ ତଥା ସମ୍ପାଦକ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ତେଣୁ ଏ‌ହାକୁ ସହରବାସୀ ବହୁସଂଖ୍ୟାରେ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସଞ୍ଜନା ପତି, ଅଭିଳାଷ ସାହୁ,ଜନ୍ମଞ୍ଜୟ ମହାନ୍ତି, ବିଶ୍ବଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସସିବିସି ସର୍ଭେ ପାଇଁ ତାଲିମ

Sunil Chandra Nayak

ଆନ୍ଧ୍ରରେ ନଖୋଜ ଯୁବକଙ୍କ ପତ୍ତା ମିଳୁନି ୩ ମାସ ହେଲା ଚିନ୍ତାରେ ପରିବାର

masiha

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

masiha

Leave a Comment

error: Content is protected !!